ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ ଦିନକ ପୂର୍ବରୁ ଡକାଯିବାକୁ ବିରୋଧ କରି ଗୁରୁବାର ଗଞ୍ଜାମ ଜିଲାର ସମସ୍ତ ବିଜେଡ଼ି ଜିଲା ପରିଷଦ ସଭ୍ୟ କକ୍ଷତ୍ୟାଗ କରିଛନ୍ତି। ଛତ୍ରପୁରସ୍ଥିତ ଜ଼ିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଗୁରୁବାର କନିଷ୍ଠ ଶିକ୍ଷକ ନିଯୁକ୍ତି ଅନୁମୋଦନ ନେଇ ବୈଠକ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜ଼ିଲା ପରିଷଦରେ ବିଜେଡିର ସଂଖ୍ୟା ଗରିଷ୍ଠତା ରହିଛି। ଜିଲାପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଉଭୟେ ବିଜେଡିର। ତେବେ ସଭ୍ୟମାନଙ୍କ କକ୍ଷ ତ୍ୟାଗ ଯୋଗୁ ବୈଠକରେ ଶିକ୍ଷକ ତାଲିକା ଅନୁମୋଦନ ହୋଇପାରି ନାହିଁ।

ବୈଠକର ପ୍ରାରମ୍ଭରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ଜିଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନୁମୋଦନ ନେଇ ପ୍ରସ୍ତାବ ସମ୍ପର୍କରେ କହିବା ମାତ୍ରେ ବିଜେଡିର ସମସ୍ତ ଜିଲା ପରିଷଦ ସଭ୍ୟ ନିଜ ଆସନରୁ ଉଠି ପ୍ରତିବାଦ କରିଥିଲେ। ବୈଠକ ସମ୍ପର୍କରେ ସେମାନଙ୍କୁ ଆଗରୁ ତଥା ନିୟମ ଅନୁଯାୟୀ ୭ ଦିନ ପୂର୍ବରୁ ଚିଠି କରା ନ ଯାଇ ଅଚାନକ କାହିଁକି ଡକାଗଲା ବୋଲି ସଭ୍ୟମାନେ ପ୍ରଶ୍ନ କରିଥିଲେ।

ପ୍ରାୟ ବର୍ଷେ ହେଲା ବୈଠକ ହେଉ ନ ଥିବାରୁ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ବିଦ୍ୟୁତ୍‌, ରାସ୍ତା, କୃଷି ଆଦି ସମସ୍ୟାର ସମାଧାନ ହୋଇପାରୁ ନ ଥିବା କହି କ୍ଷୋଭ ପ୍ରକାଶ କରିଥିଲେ। ପରେ ବିଜେଡ଼ି ଜିଲା ପରିଷଦ ସଭ୍ୟମାନେ ବାହାରକୁ ଚାଲିଯାଇଥିଲେ। ବୈଠକରେ ଉପସ୍ଥିତ ବିଧାୟକ ଏବଂ ଜିଲାପାଳଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ।

ଅନ୍ୟପକ୍ଷେ ୨୪ ବର୍ଷ ଧରି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଥିଲା ବେଳେ ଏବେ ନୂଆ ସରକାର ଆସିବା ପରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ସରକାରୀ କାର୍ଯ୍ୟକ୍ରମରୁ ବିଜେଡି ସଭ୍ୟମାନେ ଉଠି ଚାଲିଯିବା ଘଟଣାକୁ ଭାଜପା ପକ୍ଷରୁ ନିନ୍ଦା କରାଯାଇଛି। ଦଳୀୟ ମନୋଭାବ ରଖି ବିଜେଡି ସଭ୍ୟମାନେ କକ୍ଷତ୍ୟାଗ କରିଛନ୍ତି ବୋଲି ବୈଠକରେ ଉପସ୍ଥିତ ଭାଜପା ବିଧାୟକମାନେ କହିଛନ୍ତି ।

ମାତ୍ର ୧୦୦ ଦିନର ସରକାରକୁ ବିଜେଡି ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରାୟ ଗଣମାଧ୍ୟମକୁ କହିଛନ୍ତି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ବୋଲି ଜଣାପଡିଛି। ଆସନ୍ତା ୨୭ ତାରିଖରେ ଏ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ବୈଠକକୁ ପୂର୍ବରୁ ଗଣମାଧ୍ୟମକୁ ଡକାଯାଇଥିଲା। ହେଲେ ଅଚାନକ ସମ୍ମିଳନୀ ଗୃହରେ ଉପସ୍ଥିତ ନ ରହିବାକୁ ପ୍ରଶାସନ ପକ୍ଷରୁ କୁହାଗଲା। ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କେବଳ ଫଟୋ ଉଠାଇ ଆସିଯାନ୍ତୁ ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri