ବଦଳିପାରେ ନିମାପଡ଼ା ବିଜେଡି ସମୀକରଣ

ନିମାପଡ଼ା,୫।୪(ରଞ୍ଜନ ପଟ୍ଟନାୟକ):ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରୁ କେବଳ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପ୍ରଭାତୀ ପରିଡ଼ା ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଚାଲିଛି। ଭାଜପା ଟିକେଟ ନ ପାଇବାରୁ ଦିଲୀପ ନାୟକ ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ପରେ ବିଜେଡି ସମୀକରଣ ବଦଳିବା ନେଇ ଆଲୋଚନା ହେଲାଣି।
ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ସୁବ୍ରତ ଛାଟୋଇ, ଜିତେନ୍ଦ୍ର ମହାନ୍ତି ଟିକେଟ ଲବିରେ ଥିବା ବେଳେ ଦିଲୀପ ନୂଆ ଭାବେ ଆଶାୟୀ ତାଲିକାରେ ଯୋଡ଼ି ହୋଇଛନ୍ତି। ପୁଣି କୁହାଯାଉଛି, ବିଜେଡି ଏହି ଆସନରେ ମହିଳାଙ୍କୁ ଗୁରୁତ୍ୱ ଦେଇପାରେ। ସୁଶ୍ରୀ ରୋଜାଲିନ ନାୟକ, ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁ ଏବଂ ୬ଥର ଜିଲା ପରିଷଦ ଜିତିଥିବା କୁଞ୍ଜଲତା ସାମଲ ପ୍ରମୁଖ ଦାବିଦାର ରହିଛନ୍ତି। ତେବେ ୨୦୦୯ରୁ କ୍ରମାଗତ ସମୀର ଦାଶ ଜିତି ଚାଲିଛନ୍ତି। ୨୦୦୯ରେ କଂଗ୍ରେସରୁ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ ସତ୍ୟବ୍ରତ ପାତ୍ର ଓ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ ଦିଲୀପ l ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦିଲୀପ କଂଗ୍ରେସ ଛାଡି ପଦ୍ମ ଧରିଥିଲେ। ଏବେ ଟିକେଟ ପ୍ରତିଶ୍ରୁତି ପାଇବା ପରେ ଦିଲୀପ ବିଜେଡିରେ ଯୋଗଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ହାତ ଛାଡି ଶଙ୍ଖ ଧରିଥିଲେ ସତ୍ୟବ୍ରତ। ସିଏ ରାଜନୀତିରେ ଜଣେ ପୋଖତ ଖେଳୁଆଡ଼। ଏଥର ଦଳୀୟ ଟିକେଟ ଆଶାରେ ସେ ଅଛନ୍ତି। ୨୦୧୯ ଶିକ୍ଷାବିତ୍‌ରୁ ପ୍ରତ୍ୟକ୍ଷ ରାଜନୀତିରେ ରୁଚି ରଖିଥିବା ସୁବ୍ରତ ଛାଟୋଇ ଏବେ ନିମାପଡ଼ାରେ ବିଜେଡି ମଙ୍ଗ ଧରିବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ବର୍ଷେ ତଳୁ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେ। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ନିଜକୁ ସାମିଲ କରି ଜନସମର୍ଥନ ହାସଲ କରିଚାଲିଛନ୍ତି। ସେହିଭଳି କର୍ପୋରେଟର କ୍ଷେତ୍ରରୁ ରାଜନୀତିରେ ପାଦ ରଖିଥିବା ଜିତେନ୍ଦ୍ର ମହାନ୍ତି ଦଳୀୟ ଟିକେଟ ଲବିରେ ପ୍ରମୁଖ ଦାବିଦାର ରହିଛନ୍ତି।
ସୁଶ୍ରୀ ରୋଜାଲିନ ନାୟକ ପାଇଲଟ ଭାବେ ପ୍ରଶିକ୍ଷଣ ନେବା ପରେ ସିଧାସଳଖ ରାଜନୀତି ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ସେହିପରି ନିମାପଡା ନଗରପାଳ ସସ୍ମିତା ସାହୁ ଦଳୀୟ ଟିକେଟ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି ଓ ଭୁବନେଶ୍ୱରରେ ରହି ରାଜ୍ୟ ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗରେ ଥିବା କୁହାଯାଉଛି। ଛଅ ଥର ଜିଲା ପରିଷଦ ଭାବେ ଶଙ୍ଖ ଚିହ୍ନରୁ ଜିତି ରେକର୍ଡ ସୃଷ୍ଟି କରିଛନ୍ତି କୁଞ୍ଜଲତା ସାମଲ। ତାଙ୍କର ମଧ୍ୟ ବିଜେଡି ଟପ୍‌ ନେତାଙ୍କ ସହ ଭଲ ଯୋଗାଯୋଗ ରହିଛି ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଦଳ କାହାକୁ ଟିକେଟ ଦେବ ସେନେଇ ବିଜେଡି ଶୀର୍ଷ ନେତୃତ୍ୱ ଦ୍ବନ୍ଦ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ଚୋରା ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image