ପ୍ରେସମିଟ୍‌ କରି ସ୍ପଷ୍ଟ କଲା ବିଜେଡି, କେଉଁଠି ଅଛନ୍ତି ପାଣ୍ଡିଆନ୍‌

ଭୁବନେଶ୍ୱର,୬।୫: ବିଜେଡିର ପରାଜୟ ପରେ ପାଣ୍ଡିଆନ୍‌ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାର ସ୍ପଷ୍ଟୀକରଣ ରଖିଛି। ଖବରଦାତା ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗୁରୁବାର ସୂଚନା ଦେଇ କହିଛନ୍ତି ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍‌ ଦିଲ୍ଲୀ ଗସ୍ତ କରିଛନ୍ତି ।

ମାତ୍ର ଦଳର ବିପର୍ଯ୍ୟୟ ପରେ କାହିଁକି ନବୀନଙ୍କ ସହ ନାହାନ୍ତି ପାଣ୍ଡିଆନ୍‌ ପ୍ରଶ୍ନର ଉତ୍ତରରେ ସସ୍ମିତ କିଛି କହିନଥିଲେ। କେବଳ ବିବୃତ୍ତି ପଢ଼ି ଉଠି ପଳାଇଯାଇଥିଲେ।

ଏହା ପୂର୍ବରୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) କହିଥିଲେ, ନବୀନ ବାବୁଙ୍କ ନିର୍ଦ୍ଦେଶରେ ଦଳ କାମ କରେ। ନବୀନ ବାବୁଙ୍କ ଛଡ଼ା ଦଳରେ ଆଉ କେହି ଲିଡ୍‌ କରିନାହାନ୍ତି। ଦଳରେ ନବୀନ ବାବୁ ସର୍ବୋଚ୍ଚ ନେତା ଥିଲେ, ସବୁ ବେଳେ ରହିବେ। ନବୀନଙ୍କ ଇଛା କାହାକୁ କେତେବେଳେ ରଖିବେ, କାହାକୁ ନ ରଖିବେ। ସେଇଟା ସେ ନିଷ୍ପତ୍ତି ନେବେ।

Share