୩୩ ମହିଳାକର୍ମୀଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୧୧ା୧୧: ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବାକୁ ବିଜେଡି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଜୁ ଯୁବ ଜନତା ଦଳ ପକ୍ଷରୁ ୩୩ ଜଣ ମହିଳାଙ୍କୁ ସଙ୍ଗଠନର ଗୁରୁଦାୟିତ୍ୱ ଦିଆଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ଜନତା ଦଳରେ ୮ ଜଣ ସାଧାରଣ ସମ୍ପାଦିକା ଓ ୨୫ ଜଣ ସମ୍ପାଦିକାଙ୍କୁ ନିଯୁକ୍ତି ଦିଆଯାଇଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଶନିବାର ଏ ନେଇ ବିଜେଡି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଶୁଭଶ୍ରୀ ପଣ୍ଡା, ଅର୍ସି ଆହଦ, ପଦ୍ମିନୀ ପୁରୋହିତ, ଶୁଭାଳି ଶୁଭେଚ୍ଛା ଦାସ, କଳ୍ପସା ଅଙ୍କିତା ଶାହା, ନିହାରିକା ଗିରି, ସାଗରିକା ସାମନ୍ତ ଏବଂ ପ୍ରିୟା ବିଶୋଇଙ୍କୁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବାସନ୍ତୀ ପଣ୍ଡା, ସୋନାଲିକା ସ୍ବାଇଁ, ସସ୍ମିତା ରାଉତ, ଦେବସ୍ମିତା ମହାନ୍ତି, ସ୍ବର୍ଣ୍ଣଲତା ନାୟକ, ପୁଣ୍ୟତୋୟା ମହାପାତ୍ର, ସୁଚିସ୍ମିତା ପଣ୍ଡା, ସାଲୋନି ମଙ୍ଗରାଜ, ଭାଗ୍ୟଶ୍ରୀ ମହାନନ୍ଦ, ଅଙ୍କିତା ରାୟ, ପୂର୍ଣ୍ଣପ୍ରତିଚୀ ମହାନ୍ତି, ପୂଜା ପଦ୍ମଜା ପଣ୍ଡା, ଜୟନ୍ତୀ ଦତ୍ତ, ଆଭା ସତରୂପା ପତି, କିରଣ ପଟ୍ଟନାୟକ, ପୂଜାରିଣୀ ରାଉତ, ଏଲିନା ନାୟକ, ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ଜୟଶ୍ରୀ ବେହେରା, ଶିବାନୀ ମୁଣ୍ଡା, ଅଳ୍ପନା ପଲେଇ, ଲିଳିମା ପୁଟେଲ, ଲୋପାମୁଦ୍ରା ନାୟକ, ରାଜଶ୍ରୀ ନାୟକ ଏବଂ ମୁସ୍କାନ ଦେବନାଥଙ୍କୁ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି।

Share