ଭାତହାଣ୍ଡି ଖାଲି କରିଦେଇଛି ବିଜେଡି: ମୋଦି

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)ପ୍ରକୃତି ସବୁକିଛି ଦେଇଛି। ଏଠାରେ ଅପାର ଧନସମ୍ପଦ, ପ୍ରାକୃତିକ ସମ୍ପଦ ଭରି ରହିଛି। ତଥାପି ବିଜେଡି ସରକାର ରାଜ୍ୟରେ ଦାରିଦ୍ର୍ୟକୁ ହଟାଇ ପାରିନାହିଁ ଏବଂ ରାଜ୍ୟର ଭାତହାଣ୍ଡିକୁ ଖାଲି କରି ଦେଇଛି ବୋଲି ଶନିବାର ବରଗଡ଼ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୋଦି କହିଥିଲେ, ଓଡ଼ିଶାର ସଂସ୍କୃତି, ପରମ୍ପରା ମହାନ୍‌। କିନ୍ତୁ ବିଜେଡି ସରକାର ୨୫ବର୍ଷ ଶାସନରେ ଓଡ଼ିଶାକୁ ବରବାଦ କରି ଦେଇଛି। ଏଠାରେ କୃଷକ, ବୁଣାକାର ସମସ୍ତଙ୍କ ଦୁଃଖ ବଢ଼ି ଚାଲିଛି। କୃଷକଙ୍କ ସମେତ ସବୁବର୍ଗର ଲୋକଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ବୋଲି ମୋଦି କହିଥିଲେ।

ମୋଦି ଆହୁରି କହିଥିଲେ, ଏବେ କୃଷକମାନେ ୟୁରିଆ ସାର ପାଇଁ ହଇରାଣ ହେଉନାହାନ୍ତି। ୩ ହଜାର ଟଙ୍କାରେ ଯେଉଁ ୟୁରିଆ ସାର କିଣୁଥିଲେ, ମୋଦି ସରକାରର ତାହା ଏବେ ୩ଶହ ଟଙ୍କାରେ ଯୋଗାଇ ଦେଉଛି। ତାଳଚେର ସାର କାରଖାନା ନିର୍ମାଣ ଦ୍ରୁତଗତିରେ ଚାଲିଛି। କୃଷକଙ୍କ ବିକାଶ ପାଇଁ ୧୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇ ଥିବାବେଳେ ଅନାର୍‌ ଭଣ୍ଡାର ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବରଗଡ଼ର ଚାଷୀଙ୍କୁ ୪୦୦କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଅପରପକ୍ଷେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ପ୍ରାୟ ୨୨୦୦ ଟଙ୍କା ଥିବାବେଳେ ରାଜ୍ୟର ଚାଷୀଙ୍କୁ ୧୬୦୦ରୁ ୧୭୦୦ଟଙ୍କା ମିଳୁଛି। ବାକି ଟଙ୍କା ବିଜେଡି ସରକାରଙ୍କ ଦଲାଲ ହାତକୁ ଯାଉଛି। ସେଭଳି ଭ୍ରଷ୍ଟାଚାରକୁ ରୋକାଯିବା କଥା କି ନୁହେଁ ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଶାସନକୁ ଆସିଲେ ଧାନ ଦର କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ କରାଯିବ ଏବଂ ୪୮ଘଣ୍ଟା ମଧ୍ୟରେ କୃଷକଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ମିଳିବ ବୋଲି ଓଡ଼ିଶା ଭାଜପା ଘୋଷଣା କରି ସାରିଛି। ପଡ଼ୋଶୀ ଛତିଶଗଡ଼ରେ ଚାଲିଥିବା ଭାଜପା ସରକାର କୃଷକଙ୍କୁ ଧାନବିକ୍ରିରେ ସେଭଳି ଦର ଦେଉଛି ଏବଂ ଏହା ହିଁ ହେଉଛି ମୋଦି ଗ୍ୟାରେଣ୍ଟି ବୋଲି ସେ କହିଥିଲେ। ମୋଦି କହିଥିଲେ, ସମ୍ବଲପୁରୀ ଶାଢ଼ି ସାରା ଦୁନଆରେ ନାଁ କରିଛି। ମୋଦି ସରକାର ମଧ୍ୟ ଟେକ୍ସଟାଇଲକୁ ଗୁରୁତ୍ୱ ଦେଇ ଆସୁଛି। ବୁଣାକାର ପରିବାରର ଛାତ୍ରୀଛାତ୍ରଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ଛାତ୍ରବୃତ୍ତି ଦିଆଯାଉ ଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ୬୦୦ରୁ ଅଧିକ ହ୍ୟାଣ୍ଡଲୁମ କ୍ଲଷ୍ଟର ସ୍ଥାପନ କରାଯାଇ ବୁଣାକାରଙ୍କୁ ତାଲିମ ଦିଆଯାଉଛି। ସେହିପରି ଶାସନକୁ ଆସିଲେ ଭାଜପା ରାଜ୍ୟରେ ୩ ହ୍ୟାଣ୍ଡଲୁମ ପାର୍କ ପ୍ରତିଷ୍ଠା କରିବାକୁ ଘୋଷଣା କରିଛି ବୋଲି ମୋଦି କହିଥିଲେ।
ଦେଶରେ ଆଦିବାସୀମାନେ ଉଭୟ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଅବହେଳିତ ଥିଲେ। କିନ୍ତୁ ମୋଦି ସରକାର ଆସିବା ପରେ ଆଦିବାସୀଙ୍କ କଲ୍ୟାଣ ପାଣ୍ଠି ୫ ଗୁଣା ବୃଦ୍ଧି ପାଇଥିବାବେଳେ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଥିବା ମୋଦି କହିଥିଲେ। ସେହିପରି ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହେବା ଗର୍ବ, ଗୌରବର ବିଷୟ। କିନ୍ତୁ କଂଗ୍ରେସ ରାଷ୍ଟ୍ରପତି ମୁର୍ମୁଙ୍କୁ ଯେଭଳି ଅପମାନ କରୁଛି, ତାହା ଆମ ସଭିଁଙ୍କ ପାଇଁ ଅପମାନ। ସେହିପରି କଂଗ୍ରେସ ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ସମ୍ବିଧାନରେ ହାତ ଲଗାଇବା ପାଇଁ କାହାରି ଶକ୍ତି ନାହିଁ। ଏଭଳି ସ୍ଥିତିରେ କଂଗ୍ରେସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ସେ ଆହ୍ବାନ କରିଥିଲେ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ମୋଦି ବିଜେଡି ସରକାରକୁ ସମାଲୋଚନା କରିଥିବାବେଳେ ଧନୁଯାତ୍ରା ଭଳି ଭାଜପାର ସଂକଳ୍ପ ସମାବେଶରେ ଦଳକୁ ଆଶୀର୍ବାଦ ପାଇଁ ଜନସମୁଦ୍ର ହୋଇଥିବାରୁ ଏହା ବି କିଛି କମ୍‌ ନୁହେଁ ବୋଲି ମୋଦି କହିଥିଲେ ଏବଂ ଦଳର ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ। ସମାବେଶରେ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ, ଭଟଲି ବିଧାୟକ ପ୍ରାର୍ଥୀ ଇରାଶିଷ୍‌ ଆଚାର୍ଯ୍ୟ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ, ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାଏକ, ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ଡ. ପ୍ରଭାସ ସିଂ, ଡା. ଅରୂପାନନ୍ଦ ସାହୁ, ମୁକ୍ତା ସାହୁ, ରାଧାରାଣୀ ପଣ୍ଡା, ମିଳନ ସେଠ, ଡି. ମୁରଲୀ କ୍ରିଷ୍ଣା, ସଙ୍ଗୀତା ନନ୍ଦ ପ୍ରମୁଖ ମଞ୍ଚରେ ଉପସ୍ଥିଥିଲେ। ଦଳର ବରିଷ୍ଠ ନେତା ସୁରେଶ୍ୱର ଶତପଥୀ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

OSSSC ପରୀକ୍ଷା ଫଳାଫଳ ଘୋଷଣା: RI, ICDS ସୁପରଭାଇଜର, ARI, ଅମିନ ପ୍ରିଲିମ୍‌ ପରୀକ୍ଷାରେ ସମସ୍ତେ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩ା୪: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ରାଜ୍ୟରେ ୩ ନୂଆ ସିଭିଲ ଜଜ୍‌ କୋର୍ଟ ଗଠିତ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image