ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୨୧।୯: ଐତିହାସିକ ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାସ୍‌ ହେବା ପରେ ଆଜି ରାଜ୍ୟ ସଭାରେ ଉପସ୍ଥାପିତ ହୋଇଛି। ଏବେ ବିଲ୍‌କୁ ନେଇ ରାଜ୍ୟ ସଭାରେ ଆଲୋଚନା ଚାଲିଛି। ତେବେ ବିଲକୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟ ସଭା ସଦସ୍ୟଙ୍କ ପାଇଁ ହ୍ବିପ ଜାରି କରିଛି। ସବୁ ଏମ୍‌ପି ରାଜ୍ୟ ସଭାରେ ଉପସ୍ଥିତ ରହିବାକୁ ହ୍ବିପ୍‌ରେ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ସ୍‌ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଲୋକସଭାରେ ଏହି ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିପକ୍ଷରେ ୨ଟି ଭୋଟ ଦିଆଯାଇଛି।

Share