ବିରୋଧୀଙ୍କ ସ୍ବର ଚାପିଦେବାକୁ ଚେଷ୍ଟା ଚଳାଇଛି ବିଜେଡି: ଜୁଏଲ

ଭୁବନେଶ୍ବର, ୧୧ା୩(ବ୍ୟୁରୋ): ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯୁବମୋର୍ଚ୍ଚା ଆରମ୍ଭ କରିଥିବା ସଂଗ୍ରାମ ପ୍ରତି ରାଜ୍ୟବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ବିରୋଧୀଙ୍କୁ ଦମନ କରିବାର ଶାସକ ବିଜେଡିର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ। ଏପରିକି ହୀନ ଷଡଯନ୍ତ୍ର ରଚି ବିରୋଧୀଙ୍କ ସ୍ବରକୁ ଚାପି ଦେବାର ପ୍ରୟାସ ଶାସକ ବିଜେଡି ପକ୍ଷରୁ ଜାରୀ ରହିଛି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ପର୍ଦ୍ଦାଫାଶ ଦାବୀରେ ଆନ୍ଦୋଳନରତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରି ଜେଲରେ ଭର୍ତ୍ତି କରିଦେବା ଭଳି ଘଟଣା ଆଜି ସମସ୍ତଙ୍କୁ ଆଚମ୍ବିତ କରିଛି। ସ୍ବେଚ୍ଛାଚାରୀ ଓ ଭ୍ରଷ୍ଟାଚାରୀ ବିଜେଡି ଶାସନର ଅନ୍ତ ସମୟ ଆସିଯାଇଛି ବୋଲି ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ କହିଛନ୍ତି। ଜୁଏଲଙ୍କ ନେତୃତ୍ୱରେ ଶୁକ୍ରବାର ରାଜ୍ୟ ଭାଜପାର ଏକ ପ୍ରତିନିଧି ଦଳ ଗିରଫ ହୋଇ ଜେଲରେ ଥିବା ଯୁବମୋର୍ଚ୍ଚା କାଯର୍‌ୟକର୍ତ୍ତାଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share