୧୦ ରାଉଣ୍ଡ: ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। ୨୦ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ରାଉଣ୍ଡ ଭୋଟ ଗଣତି ଫଳାଫଳ ଆସିଯାଇଛି। ବିଜେଡି ଆଗୁଆ ଚାଳିଥିବା ବେଳେ ଭାଜପା ଓ କଂଗ୍ରେସ ପଛରେ ରହିଛନ୍ତି। ୧୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ରାଧାରାଣୀ ପଣ୍ଡାଙ୍କଠାରୁ ୩୬ ହଜାର ୭ ଶହ ୨୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି। କଂଗ୍ରେସ ପଛରେ ରହିଛି।

Share