ବିଜେଡି ସର୍ବଦା କୃଷକଙ୍କ ସହ ରହିଛି: ସସ୍ମିତ

ଭୁବନେଶ୍ୱର,୮।୧୨(ବ୍ୟୁରୋ): କୃଷକ ମାନଙ୍କର ମୁଖ୍ୟ ସମସ୍ୟା ଏବଂ ସେମାନଙ୍କର ଆଶଙ୍କା ଦୂର କରିବା ଆବଶ୍ୟକ। ଆସନ୍ତା ୯ ତାରିଖରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସମସ୍ତ ବିଷୟ ଆଲୋଚନା ମାଧ୍ୟମରେ ସମାଧାନ ହେବବା ନେଇ ବିଜେଡି ଆଶାବାଦୀ ରହିଛି। ବିଜୁ ଜନତା ଦଳ ସ୍ବାମୀନାଥନ କମିଟି ଦ୍ୱାରା ସୁପାରିସ ଅନୁଯାୟୀ ଚାଷୀମାନଙ୍କୁ ସର୍ବନିମ୍ନ ସହାକୟ ମୂଲ୍ୟ(ଏମଏସପି) ଦୁଇଗୁଣା ଦେବାକୁ ଦାବି କରି ଆସିଛି। କୃଷକଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜେଡି ଉଦ୍ୟମ ଜାରି ରଖିବ। ବିଜେଡି ସର୍ବଦା ଚାଷୀଙ୍କ ସ୍ବାର୍ଥ ସହିତ ଛିଡା ହୋଇଛି ବୋଲି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ଇସ୍ତାହାରରେ କହିଛନ୍ତି।

Share