ବିଜେଡି ଏବେ ଚୂରମାର ଅବସ୍ଥାରେ: କାଡାମ

ଭୁବନେଶ୍ୱର, ୯।୪(ରବିନାରାୟଣ ଜେନା): ବିଜେଡି ଏବେ ଚୂରମାର ଅବସ୍ଥାରେ ବୋଲି କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି। ସେ କହିଛନ୍ତି, ବିଜେଡି ଏବେ ଓ୍ବକଫ୍‌ ବିଲ୍‌କୁ ନେଇ ଦୁଇଫାଳ ହୋଇଯାଇଛି। ବିଜେଡି ଏବେ ବିଜୁଙ୍କ ଆଦର୍ଶରେ ଯାଉନାହିଁ। ଗୋଟିଏ ଦଳ ନବୀନଙ୍କ ସାଥିରେ ରହିଥିବାବେଳେ ଆଉ କେତେକେ ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛନ୍ତି।
ପୂର୍ବରୁ ଏଭଳି ବିଶୃଙ୍ଖଳା ହେଉଥିଲେ ହେଁ ବାହାରକୁ ଆସୁ ନ ଥିଲା। ଏବେ ତାହା ଫୁଟିକି ବାହାରୁଛି। କର୍ମୀ ଓ ନେତାଙ୍କ ଅସନ୍ତୋଷ ନବୀନ ନିବାସରେ ପହଞ୍ଚିଲାଣି। ଆଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ଆଡ଼କୁ ଯିବ। ସେ କହିଛନ୍ତି, ରାଜ୍ୟରେ ଗତ ୨୪ବର୍ଷ ଧରି ବିଜେଡି ସରକାର ଯେଉଁ ଖଣି ଖାଦାନ ଲୁଟ୍‌ କରିଛି, ସେଥିରୁ କିଛି ଅଂଶ ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ହେଲେ ଯେଉଁ ବିପୁଳ ଅର୍ଥ ଲୁଟ୍‌ ହୋଇଛି ତାହାକୁ ନେଇ ଦଳ ବିଭାଜନ ହେବ ଏବଂ କଂଗ୍ରେସ ଓଡ଼ିଶାରେ ସରକାର କରିବ ବୋଲି କାଡାମ କହିଛନ୍ତି।
ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ୧୯୯୮ରେ ନବୀନବାବୁ ଓଡ଼ିଶା ରାଜନୀତିରେ ପାଦ ଦେଇଥିଲେ। ସେତେବେଳଠାରୁ ଆଜି ପର୍ଯ୍ୟନ୍ତ କେହି ନବୀନ ନିବାସରେ ପଶିବାକୁ ସାହସ କରିପାରୁ ନ ଥିଲେ। ପ୍ରଥମଥର ପାଇଁ ନବୀନ ନିବାସରେ ପାଣ୍ଡିଆନ୍‌ ଗୋ-ବ୍ୟାକ୍‌ ସ୍ବର ଶାଣିତ ହୋଇଛି। ଏହା କଂଗ୍ରେସ ପାଇଁ ଶୁଭଙ୍କର। ଆଗାମୀ ଦିନରେ ବିଜେଡି ଦୁଇଭାଗ ହେବ। ଗୋଟିଏ ବିଜୁବାବୁଙ୍କ ଦଳ, ଅନ୍ୟଟି ପାଣ୍ଡିଆନଙ୍କ ଦଳ। ଭାଜପା ଯେଉଁ ଖେଳ ଖେଳୁଛି ଆଗାମୀ ଦିନରେ ଲୋକେ ତା’ର ଜବାବ ଦେବେ ବୋଲି ତାରା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri