ଶକ୍ତି ବଢାଉଛି ବିଜେଡି: ମିଶ୍ରଣ ପର୍ବରେ ସାମିଲ ହେଲେ ଅନେକ ଯୁବ, ମହିଳାକର୍ମୀ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅନ୍ନପୂର୍ଣ୍ଣା ପ୍ୟାଲେସଠାରେ ରବିବାର ସନ୍ଧ୍ୟାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ବରଗଡ଼ ଟାଉନ ବିଜେଡି ସଭାପତି କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଭିନ୍ନ ସଙ୍ଗଠନର ବହୁସଂଖ୍ୟକ ଯୁବ ଓ ମହିଳା କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ବ୍ୟକ୍ତିତ୍ୱ ଉପରେ ଆସ୍ଥା ଓ ବିଶ୍ବାସ ରଖି ବିଜେଡିରେ ଯୋଗଦାନ କରିଛନ୍ତି।
ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରିଷ୍ଠ ବିଜେଡି ନେତା ଅଚ୍ୟୁତାନନ୍ଦ ମହାପାତ୍ର , ଅଶୋକ ଯୋଶୀ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ହାରାଧନ ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ସଂଗଠକ ମଣ୍ଟୁ ଗଡତୀଆ ଓ ଜିତୁ ଭୋଇଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରଗଡ଼ର ଜଣାଶୁଣା କ୍ରୀଡାବିତ୍‌ ଓ ଆଡଭୋକେଟ ହରିହର ପ୍ରଧାନ, ସାମାଜିକ କର୍ମୀ ସୋମେନ ଲାଲ ଦାଉ , ଆଡଭୋକେଟ କୁଶ ପ୍ରଧାନ, ଆଶୁତୋଷ ରଥ, ପଙ୍କଜ ଝା ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ସମର୍ଥକ ବିଜେଡିରେ ଯୋଗଦାନ କରିଥିଲେ। ବରଗଡ଼ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଯୋଗ ଦେଇଥିବା ବିଭିନ୍ନ ସଙ୍ଗଠନର ନେତୃମଣ୍ଡଳୀ ଓ କର୍ମୀମାନେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ସମର୍ଥନ ଜଣାଇ ବରଗଡ଼ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।