Advertisement

ଚାନ୍ଦା ଆଦାୟରେ ବିଜେଡି ୫ମ ବୃହତ୍‌ ଆଞ୍ଚଳିକ ଦଳ

ରାଉରକେଲା,୩୧।୩(ସଙ୍ଗୀତା ଜେନା):ବିଜେଡ଼ି ଭାରତ ବର୍ଷରେ ୫ମ ବୃହତ ଆଞ୍ଚଳିକ ଦଳ ଭାବେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟବାସୀଙ୍କ ସ୍ବାର୍ଥକୁ ବର୍ଷ ବର୍ଷ ଧରି ଉପେକ୍ଷା କରି ପୁଞ୍ଜିପତିମାନଙ୍କୁ ରାଜ୍ୟର ସମ୍ପତିକୁ ଟେକି ଦେଇ ହଜାର ହଜାର କୋଟି ଟଙ୍କା ରାଜନୈତିକ ପାଣ୍ଠି ଆଦାୟ କରାଯାଇଛି। ଏହାର ଜବାବ ରାଜ୍ୟବାସୀ ନିଶ୍ଚିତ ଭାବେ ଦେବେ ବୋଲି ରବିବାର ଅପରାହ୍ନରେ ସେକ୍ଟର-୨୧ କଂଗ୍ରେସ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା। ଡିସିସି ସଭାପତି ରବି ରାୟ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବିରେନ ସେନାପତି, ସାବିର ହୁସେନ୍‌, ରାମପୁକାର ସିଂ, ଅଶୋକ କୁମାର, ଆଶିଷ ମହାନ୍ତି, ନିହାର ଦାସ, ଗୀତା ସିଂହ, ପ୍ରଫୁଲ ପ୍ରଧାନ, ଭୀମ ମହତୋ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share