ପ୍ରାର୍ଥୀ ବଦଳାଇ ବିଜେଡି ଜିତୁଛି

ଆନନ୍ଦପୁର,୨୭।୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଗତ ତିନୋଟି ନିର୍ବାଚନକୁ ଦେଖିଲେ ବିଜେଡି ଏଠାରେ ପ୍ରତିଥର ପ୍ରାର୍ଥୀ ବଦଳାଉଥିବାବେଳେ ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥତ୍ତ୍ୱକୁ ପ୍ରାୟ ସ୍ଥିର ରଖିଛନ୍ତି। ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ ପରୀକ୍ଷଣ ସଫଳ ହେଉଥିବା ବେଳେ କଂଗ୍ରେସ ଓ ଭାଜପା ବିକଳ୍ପ ପ୍ରାର୍ଥୀ ଅଭାବରୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡୁଥିବା ଆଲୋଚନା ହେଉଛି।
୍ଯ ବିଜେଡିରୁ ଭାଗୀରଥି ସେଠୀ ୫୪ ହଜାର ୨୬୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସର ଜୟଦେବ ଜେନା ୪୮ହଜାର ୯୬୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟରେ ରହିଥିଲେ। ଭାଜପାରୁ ଆରତି ସିଂହ ୧୦ହଜାର ୬୪୪ ଖଣ୍ଡ ଭୋଟ ପାଇ ତୃତୀୟରେ ଥିଲେ। ୨୦୧୪ରେ ବିଜେଡିରୁ ମାୟାଧର ଜେନା ୮୨ ହଜାର ୫୨୦ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଥିବା ବେଳେ କଂଗ୍ରେସରୁ ଜୟଦେବ ୬୦ହଜାର ୨୯୬ ଭୋଟ ପାଇ ୨ୟ ଏବଂ ଭାଜପାରୁ ଆଲୋକ ସେଠୀ ୧୨ହଜାର ୬୬୪ ଭୋଟ ପାଇ ୩ୟରେ ଥିଲେ। ୨୦୦୯ରେ ଭାଜପାରୁ ନିର୍ବାଚନ ଲଢ଼ିଥିବା ଆରତି ବିଜେଡିମୁହଁା ହେବାରୁ ଆଲୋକଙ୍କୁ ଭାଜପା ୨୦୧୪ରେ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିଥିଲା। ସେହିଭଳି ୨୦୧୯ରେ ବିଜେଡିରୁ ଭାଗୀରଥି ନିର୍ବାଚନ ଲଢ଼ି ୮୯ହଜାର ୮୫୦ ଭୋଟ ପାଇ ବିଧାୟକ ହୋଇଥିଲେ। କଂଗ୍ରେସରୁ ଜୟଦେବ ୪୫ହଜାର ୬୫୭ ଭୋଟ ପାଇ ଦ୍ୱିତୀୟ ଏବଂ ଭାଜପାରୁ ଆଲୋକ ୩୧ ହଜାର ୫୫୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଦେଖିବାକୁ ଗଲେ ୨୦୦୯ରୁ ଭାଜପାର ଭୋଟ ହାର କଂଗ୍ରେସ ତୁଳନାରେ ଅପେକ୍ଷାକୃତ ବୃଦ୍ଧି ପାଇଆସିଛି। ୨୦୨୪ ନିର୍ବାଚନକୁ ଦେଖିଲେ ଭାଜପାରୁ ଆଲୋକ ପୁନର୍ବାର ଟିକେଟ ପାଇବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି। କାରଣ ଭାଜପାର ସେଭଳି ଆଖିଦୃଶିଆ ବିକଳ୍ପ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେବେ ବିଜେଡିରେ ନବାଗତ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ବରିଷ୍ଠମାନେ ନାନା ଆଶଙ୍କା ଭିତରେ ରହିଛନ୍ତି। ପୁଣି ଶୁଣିବାକୁ ମିଳୁଛି, ବିଜେଡି ଟିକେଟ ନ ପାଇଲେ ସେହି ବ୍ୟକ୍ତିଙ୍କୁ ଭାଜପା ଟାର୍ଗେଟ କରିପାରେ। ଅନ୍ୟପକ୍ଷରେ ୨୦୨୪ରେ ଭେଟେରାନ ଜୟଦେବ ପୁନର୍ବାର କଂଗ୍ରେସ ଟିକେଟରେ ନିର୍ବାଚନକୁ ଓହ୍ଲାଇପାରନ୍ତି କିମ୍ବା ଆବଶ୍ୟକ ପଡ଼ିଲେ ତାଙ୍କ ପୁଅ ମନୋଜଙ୍କୁ ମଇଦାନକୁ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ଶୀର୍ଷରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ

ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ...

ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣଗ୍ରସ୍ଥ, ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ

ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image