ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪% ରହିଥିଲା। ତେଣୁ ଆଗାମୀ ଜିଲା ପରିଷଦ ନିର୍ବାଚନରେ ଅଧିକରୁ ଅଧିକ ଆସନ ଓ ଭୋଟ ହାତେଇ ଜିଲାରେ ଦଳକୁ ସୁଦୃଢ଼ କରିବାକୁ ଉଭୟ ଭାଜପା ଏବଂ ବିଜେଡି ଏବେଠାରୁ ଋଣକୌଶଳ ଆରମ୍ଭ କରିଦେଲେଣି। ଏହାର ଦୃଷ୍ଟାନ୍ତ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁଛି। ଭାଜପା ନେତା ଆକାଶ ଦାସ ନାୟକ ଏଠାରେ ବିଧାୟକ ଭାବେ ନିର୍ବାଚିତ ହେବାପରେ ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ବିଜେଡିର ବହୁ ଆଗଧାଡିର ନେତା ଭାଜପାମୁହଁା ହୋଇଛନ୍ତି। ସୋମବାର ପାଣିକୋଇଲିଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସମର୍ଥିତ ୯ ଜଣ ସରପଞ୍ଚ, ୪ ସମିତିସଭ୍ୟ, ୭ ପୂର୍ବତନ ସରପଞ୍ଚ, ୩ ପୂର୍ବତନ ସମିତି ସଭ୍ୟ, ଜଣେ ପୂର୍ବତନ ଜିଲା ପରିଷଦ ସଭ୍ୟ, ୨ ଜଣ ପଞ୍ଚାୟତ ସଭାପତି ଭାଜପାରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡିର ବିଧାୟିକା ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କ ଅନୁପସ୍ଥିତିରେ ଏଠାରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଥିବାବେଳେ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ବୈଠକ କରି ସ୍ଥିତିରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି।
୨୦୦୦ରୁ ଯାଜପୁର ଲୋକ ସଭା ଏବଂ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଜିଲାର ସମସ୍ତ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଆସୁଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ବିଜେଡି ଝୁଣ୍ଟି ପଡ଼ିଥିଲା। ଜିଲାର ୪ ବିଧାନସଭା ଆସନକୁ ବିଜେଡି ହାତଛଡ଼ା କରିଥିଲା। କୋରେଇରେ ଭାଜପା ୪୮.୦୧% ଓ ବିଜେଡି ୪୪.୬୧% ଭୋଟ ପାଇଥିଲେ। ବର୍ତ୍ତମାନ ଗ୍ରାମାଞ୍ଚଳ ନେତା ଭାଜପାମୁହଁା ହେବା ବିଜେଡିକୁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି। କୋରେଇ ଭାଜପା ପକ୍ଷରୁ ବିଧାୟକ ଆକାଶ ଦାସ ନାୟକଙ୍କ ନେତୃତ୍ୱରେ ପାଣିକୋଇଲି ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଏମପି ରବିନାରାୟଣ ବେହେରା, ଭାଜପା ଜିଲା ସଭାପତି ଗୌତମ ରାୟ, ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଭାଜପାରେ ଯୋଗଦେଇଥିବା ନେତାମାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପତରଙ୍ଗା ସରପଞ୍ଚ ରଞ୍ଜନ ଦାସ, ଗୌରପୁର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଜହ୍ନା ସରପଞ୍ଚ ସଞ୍ଜୁକ୍ତା ସାହୁ, ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା, ଗୋଲେଇପୁର ସରପଞ୍ଚ ସସ୍ମିତା ମାଝୀ, ତଣ୍ଡରା ସରପଞ୍ଚ ମାମୁନି ମହାନ୍ତି, ଲକ୍ଷ୍ମୀନଗର ସରପଞ୍ଚ ସର୍ବେଶ୍ୱର ସାହୁ, ମୁଗୁପାଳ ସରପଞ୍ଚ ପ୍ରଜ୍ଞାପରମିତା ମଲ୍ଲିକ ଓ ଟିକରପଡ଼ା ସରପଞ୍ଚ ପଦ୍ମାବତୀ ଭଦ୍ରା, ସମିତି ସଭ୍ୟ ହଳଦିଗଡ଼ିଆର ଉଦୟ ନାୟକ, ବରୁଣ୍ଡେଇର ରଶ୍ମିରଞ୍ଜନ ପରିଡ଼ା, ବାହାଦୁଲପୁରର ମାମି ମହାନ୍ତି, ମୁଗୁପାଳର ନରୋତ୍ତମ ସାହୁ। ଏହାସମେତ ତଣ୍ଡରା ପଞ୍ଚାୟତର ବିଜେଡି ସଭାପତି ମାନ ମହାନ୍ତି ଏବଂ ତରାକୋଟ ପଞ୍ଚାୟତର ବିଜେଡି ମହିଳା ସଭାନେତ୍ରୀ ମାନସୀ ବଳ ଭାଜପାରେ ସାମିଲ ହୋଇଛନ୍ତି। ସେହିପରି ପୂର୍ବତନ ସରପଞ୍ଚ ଧନେଶ୍ୱରର ରାଜେନ୍ଦ୍ର ରାଉତ ଓ ନିର୍ମଳା ରାଉତ, ହଳଦିଗଡ଼ିଆର ସବିତା ମଲ୍ଲିକ, ଟିକରପଡାର ଅତୁଲ୍ୟ ପ୍ରଧାନ, ପ୍ରତିମା ମଲ୍ଲିକ, ତୁଳସୀ ପ୍ରଧାନ ଓ କବିତା ଭଦ୍ର, ପୂର୍ବତନ ସମିତି ସଭ୍ୟ ଗୋଳେଇପୁରର ଭାନୁପ୍ରଭା କରଣ, ଟିକରପଡାର ଦ୍ରୌପଦୀ ମଲ୍ଲିକ ଓ ଅଜୟ ଭଦ୍ର ଏବଂ ଜୋନ-୩୩ର ପୂର୍ବତନ ଜିଲା ପରିଷଦ ସଭ୍ୟା ଝରଣା ରାଉତ ଭାଜପାରେ ଯୋଗଦେଇଛନ୍ତି। କୋରେଇର ବିକାଶ ପାଇଁ ବିଧାୟକ ଆକାଶଙ୍କ ସହ ହାତ ମିଳାଇ କାମ କରିବାକୁ ଆଗ୍ରହୀ ବୋଲି ଭାଜପାରେ ନୂତନ ଭାବେ ସାମିଲ ହୋଇଥିବା ନେତାମାନେ ପ୍ରକାଶ କରିଛନ୍ତି।
ଜିଲା ଭାଜପା ସଭାପତି ଗୌତମ ରାୟ କହିଛନ୍ତି, କେବଳ କୋରେଇ ନୁହେଁ, ସମଗ୍ର ଜିଲାରେ ଏବେ ବିଜେଡି କର୍ମୀମାନେ ଦୁର୍ବଳ ନେତୃତ୍ୱ ପ୍ରତି ଭରସା ତୁଟାଇ ଭାଜପାମୁହଁା ହେଉଛନ୍ତି। ଅନ୍ୟପକ୍ଷରେ ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର କହିଛନ୍ତି, ବିଜେଡି ୨୪ ବର୍ଷର ରାଜନୈତିକ ଦଳ। ଯେଉଁମାନେ ଅଞ୍ଚଳର ବିକାଶ ବଦଳରେ ନିଜ ସ୍ବାର୍ଥ ସାଧନ ପାଇଁ ଦଳକୁ ଆସିଥିଲେ ସେମାନେ ଦଳ ଛାଡୁଛନ୍ତି। ତେଣୁ ସେମାନେ ଦଳ ଛାଡ଼ିଲେ ବି ବିଜେଡିକୁ କିଛି ଫରକ ପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri