କଳାହାଣ୍ଡିରେ ବଳ ଗୋଟାଉଛି ଭାଜପା: ବିଜେଡି ଛାଡ଼ି ସାମିଲ ହେଲେ ଏକାଧିକ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଓ୍ବାର୍ଡ ସଦସ୍ୟ

ଭବାନୀପାଟଣା,୬ା୩(ଉତ୍ତମ କୁମାର ଦାଶ): ରାଜ୍ୟରେ ଭାଜପା ସରକାର ଆସିବା ପରେ କଳାହାଣ୍ଡି ଜିଲାରେ ଦଳର ଲୋକପ୍ରିୟତା ବଢୁଥିବା ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା ଭାଜପାରେ ସାମିଲ ହେଉଛନ୍ତି। ଫଳରେ ଜିଲାରେ ପୂର୍ବାପେକ୍ଷା ଭାଜପା ଶକ୍ତିଶାଳୀ ହେବାରେ ଲାଗିଛି। ବୁଧବାର ବହୁସଂଖ୍ୟାରେ ଅନ୍ୟ ଦଳର ନେତା ଏକାସାଙ୍ଗେ ଭାଜପାରେ ସାମିଲ ହେବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଭବାନୀପାଟଣାସ୍ଥିତ ଟାଉନ ହଲ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ଭବାନୀପାଟଣା, କେସିଙ୍ଗା ଓ ଥୁଆମୂଳ ରାମପୁର ବ୍ଲକ୍‌ ଅଧ୍ୟକ୍ଷଙ୍କ ସମେତ ୪୨ଜଣ ସମିତି ସଭ୍ୟାସଭ୍ୟ,୧୨ ସରପଞ୍ଚ ଓ ୨୦ ଓ୍ବାର୍ଡ ସଦସ୍ୟ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଏହାକୁ ନେଇ ଜିଲାରେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲା ସଭାପତି ଯୁଗଳ କିଶୋର ପୋଢ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ରମେଶ ମାଝୀ, ଅନିରୁଦ୍ଧ ପ୍ରଧାନ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବରିଷ୍ଠ ନେତା ରୂପେଶ ଜୈନ ପ୍ରମୁଖ ଯୋଗଦେଇ ସେମାନଙ୍କୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ,୭ା୪(ଅଜିତ୍‌ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ...

ଟାର୍ଗେଟ ପୂରଣ ନ ହେବାରୁ କୁକୁର ଭଳି ବ୍ୟବହାର ଘଟଣା: ଭିଡିଓ ଭାଇରାଲ ପରେ କେରଳ ଶ୍ରମବିଭାଗର ତନାଘନା

କୋଚି, ୭।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ...

ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସିଲେ ସବୁ ସତ…

ଭୁବନେଶ୍ୱର,୭ା୪: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋର୍‌ଦାର ଚର୍ଚ୍ଚା ଚାଲିଛି।...

ଖୋର୍ଦ୍ଧାରେ ଫୁଟିଲା ବୋମା: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଖୋର୍ଦ୍ଧା,୭ା୪: ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ...

ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି...

‘ସୁଭଦ୍ରା’କୁ ନେଇ ପୁଣି ଏକ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହିଦିନ ଆକାଉଣ୍ଟକୁ ଆସିବ ଟଙ୍କା…

ଭୁବନେଶ୍ୱର,୭ା୪: ‘ସୁଭଦ୍ରା’ ଯୋଜନାକୁ ନେଇ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା...

ଷ୍ଟାର ହେବାର ସ୍ବପ୍ନ ଦେଖୁଥିଲେ ଶାହାରୁଖ, ହେଲେ ରାତି ପାହିଲା ବେଳକୁ କୋ-ଷ୍ଟାରଙ୍କର ହୋଇଥିଲା ମୃତ୍ୟୁ

ମୁମ୍ବାଇ: ବଲିଉଡର ସବୁଠାରୁ ଚଞ୍ଚଳ ଏବଂ ଟ୍ୟାଲେଷଣ୍ଟଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟା ଭାରତୀ। ମାତ୍ର ୧୯ ବର୍ଷ ବୟସରେ ୫ ଏପ୍ରିଲ ୧୯୯୩ରେ...

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ମୋଦି କହିଲେ, ଫିଟ୍‌ ରହିବାକୁ ହେଲେ ତେଲର ବ୍ୟବହାର କମ୍‌ କରନ୍ତୁ

ନୂଆଦିଲ୍ଲୀ,୭।୪: ସୋମବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଏବଂ ସ୍ଥୂଳକାୟତା ବା ମୋଟାପଣ ଏଡାଇବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image