ସରକାରଙ୍କୁ BJDର ଟାର୍ଗେଟ୍‌, ପ୍ରମିଳା କହିଲେ ଆନ୍ଦୋଳନ କରିବୁ

ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରମିଳା କହିଛନ୍ତି ଯେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ବଜେଟ୍‌ରେ କରିବେ କି ନାହିଁ ଆମେ ଦେଖିବୁ । ଯଦି ଭାଜପା ସରକାର ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆମେ ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଓହ୍ଲାଇବୁ ।

ଭାଜପା ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାକୁ ନିର୍ବାଚନ ବେଳେ କହିଥିଲା । ଏଥି ସହିତ ଅନେକ ନୂଆ ଯୋଜନା କରିବାକୁ ମଧ୍ୟ କହିଥିଲା । ସେ ସବୁ ପୁରୁଣ ନହେଲେ ଆମେ ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି ।

Share