ବିଜେଡିରେ ହଲ୍‌ଚଲ୍‌: ହୋଟେଲ୍‌ରେ ମେଳି ବାନ୍ଧୁଛନ୍ତି ନେତା

ଭୁବନେଶ୍ବର,୯।୪: ସଂସଦରେ ଓ୍ବକଫ୍‌ ବିଲ୍‌ ବିଜେଡିରେ ଝଡ଼। ଜଣଙ୍କ ପରେ ଜଣେ ନେତା କାଦୁଅ ଫିଙ୍ଗାଫିଙ୍ଗି ହେବା ପରେ ଏବେ ବିଜେଡି ନେତାଙ୍କ ମେଳି ଚାଲଛି। ମଙ୍ଗଳବାର ନବୀନ ନିବାସରେ ହେଭିଓ୍ବେଟ୍‌ଙ୍କ ମିଟିଂ ଚାଲିଥିବା ବେଳେ ଆଜି ପୁଣି ଏକ ହୋଟେଲ୍‌ରେ ଏକାଠି ହୋଇଛନ୍ତି। ତେବେ କେଉଁ କେଉଁ ସବୁ ଉପରେ ଆଲୋଚନା ହୋଇଛି ସେ ନେଇ କେହି ଧାଡ଼ିଟିଏ କହୁ ନାହାନ୍ତି। କାଲି ନବୀନ ଥିବା ଯାଏ ଦଳ ମଜଭୁତ ଅଛି କହିଥିଲେ ଅରୁଣ।
ତେବେ ଆଜିର ଏହି ମେଳିରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଛି। ପଟିଆ ସ୍ଥିତ ଏକ ହୋଟେଲରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା ମଧ୍ୟ ଉପସ୍ଥିତ ଅଛନ୍ତି।

ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭିତରେ ଛନ୍ଦିହୋଇପଡ଼ିଥିବା ଭି.କେ. ପାଣ୍ଡିଆନ୍‌ଙ୍କୁ ବଞ୍ଚାଇବାକୁ ଦଳ ଭିତରେ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ସମ୍ଭାଳିିବାକୁ ପାଣ୍ଡିଆନ୍‌ଙ୍କ ଜଣେ ସହଯୋଗୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ୫ ଦିନ ଭିତରେ ବିଜେଡିରେ ଘଟିଥିବା ଘଟଣାକ୍ରମକୁ ଦେଖିଲେ ପାଣ୍ଡିଆନ୍‌ଙ୍କୁ କିପରି ସୁରକ୍ଷା ଦିଆଯାଉଛି ତାକୁ ନେଇ ସବୁଠାରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଓ୍ବାକ୍‌ଫ ବିଲ୍‌କୁ ନେଇ ଯେଉଁ ଦ୍ୱିମତ ଦେଖାଦେଇଥିଲା ତାକୁ ଦଳର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ରନେତା ବିରୋଧ କରିବା ସଙ୍ଗେ ସଙ୍ଗେ ପାଣ୍ଡିଆନ୍‌ଙ୍କୁ ହଟାଇବାକୁ ଦାବି ଜୋର୍‌ ଧରିଥିଲା। ହେଲେ ବହୁ ନେତାଙ୍କ ଦାବିକୁ ଅଣଦେଖା କରିଦେଇ ଏହାକୁ ଘୋଡ଼ାଇବା ସକାଶେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟକୁ ଅଗ୍ରାଧିକାର ଦେବାର ବାହାନା ଦଳ ଭିତରେ ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ବୋଲାଉଥିବା ନେତା ଗଣମାଧ୍ୟମ ଆଗରେ ନିଜକୁ ବଞ୍ଚାଇରଖିବା ଲାଗି ପାଣ୍ଡିଆନ୍‌ଙ୍କ ସହଯୋଗୀଙ୍କ ଗୋଟିଚାଳନାରେ ମୋଡ଼ିମକଚି ହୋଇଯାଇଥିବା ଚର୍ଚ୍ଚା ହେଉଛି। ଚଳିତ ମାସ ସୁଦ୍ଧା ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଶେଷହେବ ବୋଲି ଘୋଷଣା କରାଯାଇଛି। ସେହି କ୍ରମରେ ଦଳର ୩୩ଟି ସାଙ୍ଗଠନିକ ଜିଲା ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୬ଟି ଜିଲାର ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳୁଛି। ବବିଙ୍କ ଇଙ୍ଗିତରେ ପ୍ରାୟ ସବୁ ଜିଲାର ସଭାପତିଙ୍କ ନାଁ ଚୟନ କରାଯାଉଥିବା କେତେଜଣ ନେତା ବାହାରେ ଗପିବା ଆରମ୍ଭ କରିଦେଇଛନ୍ତି। ସାଙ୍ଗଠନିକ କ୍ଷେତ୍ରରେ ପାଣ୍ଡିଆନ୍‌ ଓ ବବି ଯୋଡ଼ି ଦଳକୁ ଏକରକମ ନିଜ ନିୟନ୍ତ୍ରଣକୁ ନେବାରେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।
ଶଙ୍ଖ ଭବନରେ ଘନ ଘନ ବୈଠକକରି ଗୋଟିଏ ପଟେ ପାଣ୍ଡିଆନ୍‌ଙ୍କୁ ସୁରକ୍ଷା ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଥିବା ବେଳେ ଅନ୍ୟପଟେ ଏକ ଭୟର ବାତାବରଣ ସୃଷ୍ଟିକରି ସାଙ୍ଗଠନିକ ପ୍ରକ୍ରିୟା ଶେଷ କରିଦେବାର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ନେତା ଗଣମାଧ୍ୟମ ଆଗରେ ନିଜକୁ ଉପସ୍ଥାପନ କରିବାକୁ ବହୁ ଉଦ୍ୟମ କରିଆସୁଥିଲେ। ଏହାର ସୁଯୋଗ ଏବେ ପାଣ୍ଡିଆନ୍‌ଙ୍କ ଟିମ୍‌ ଉଠାଇବା ଆରମ୍ଭ କରିଛନ୍ତି। ଯେଉଁମାନେ ଓ୍ବାକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିବାର ମୌକା ପାଇଯାଇଥିଲେ ସେମାନଙ୍କୁ ପୂର୍ବରୁ ଦଳର ଅନେକ କଥାରେ କେବେହେଲେ ଲୋଡ଼ାଯାଉ ନ ଥିଲା। ହେଲେ ଏବେ ସେହି ନିର୍ଦ୍ଦିଷ୍ଟ ନେତାମାନଙ୍କୁ ବାରମ୍ବାର ଶଙ୍ଖ ଭବନରେ ଦେଖିବାକୁ ମିଳୁଛି। ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ହେବ ସେମାନଙ୍କ ମତାମତ ଲୋଡ଼ାଯାଉଛି। ସେହି ନେତାମାନେ ମଧ୍ୟ ତାଙ୍କୁ ଦଳ ବହୁ ମାତ୍ରାରେ ଲୋଡୁଥିବା ଦେଖି ସନ୍ତୁଷ୍ଟ ହେବା ଆରମ୍ଭ କରିଛନ୍ତି। ଏହାପରେ ଗଣମାଧ୍ୟମ ଆଗରେ ଦଳୀୟ ପ୍ରସଙ୍ଗରେ ମତାମତ ରଖିଦେଇ ସେହି ନେତାମାନେ ମଧ୍ୟ କୃତକୃତ୍ୟ ହୋଇଯାଉଛନ୍ତି। ଖୁସି ହେଉଥିବା ନେତାଙ୍କୁ ବ୍ୟବହାରକରି ଏବେ ଆରମ୍ଭ କରାଯାଇଛି ପାଣ୍ଡିଆନ୍‌ ସୁରକ୍ଷା ଅଭିଯାନ। ଯେଉଁମାନେ ପାଣ୍ଡିଆନ୍‌ଙ୍କୁ ଓ୍ବାକ୍‌ଫ ବିଲ୍‌ କଥାରେ ଟାର୍ଗେଟ କରୁଛନ୍ତି ସେମାନଙ୍କ ବିରୋଧରେ ଖୁସି ହୋଇସାରିଥିବା ନେତାଏ ଓଲଟା ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବୈଠକରେ ଉପସ୍ଥିତ ରହୁଥିବା ନେତାଙ୍କ ମଧ୍ୟରୁ କେତେଜଣ ବାହାରେ ଆସି ଏବେ ବବିଙ୍କ ପୂର୍ବ ବ୍ୟବହାର ଦେଖିବାକୁ ପାଇଲେଣି ବୋଲି କୁହାକୁହି ଆରମ୍ଭ କରିିଛନ୍ତି। ଜଣେ ନେତା ନିଜ ନାମ ଗୋପନ ରଖି କହିଛନ୍ତି, ଯେତେବେଳେ କେଉଁ ଜିଲାର ସଭାପତି କାହାକୁ କରାଯିବ ଆଲୋଚନା ହେଉଛି ସେତେବେଳେ ବବି ତାଙ୍କ ଅନୁଗତଙ୍କୁ ଦାୟିତ୍ୱ ଦେବାକୁ କହୁଛନ୍ତି। ଯଦି ତାଙ୍କ କଥାକୁ ନେଇ କେହି କିଛି ପ୍ରଶ୍ନ କରୁଛନ୍ତି ତେବେ ବବି ଉଚ୍ଚ ସ୍ବରରେ ଅନ୍ୟମାନଙ୍କୁ ଦାବିଦେବାକୁ ଚେଷ୍ଟା କରିଛନ୍ତି। ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ କିଛିଦିନ ପର୍ଯ୍ୟନ୍ତ ବବି ଏକ ପ୍ରକାର ନିଜକୁ ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇଦେଇଥିବାର ଧାରଣା ସୃଷ୍ଟି କରାଯାଇଛି। ହେଲେ ଏବେ ତା’ର ଓଲଟା ଦୃଶ୍ୟ ଦେଖିବାକୁ ମିଳିଲାଣି।
କେବଳ ସେତିକି ନୁହେଁ, ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ବହୁ ବରିଷ୍ଠ ନେତା ଘଟଣାର ପରଦିନ ନବୀନ ନିବାସ ଆସିବାଠାରୁ ଆରମ୍ଭକରି ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଅଛି ବୋଲି ସେମାନେ ସିଧାସଳଖ କହିଥିଲେ। ଏହି ପ୍ରକ୍ରିୟାରୁ ବହୁ ନେତା ନିଜକୁ ଦୂରେଇ ରଖିଛନ୍ତି। ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା ପ୍ରମୁଖ ନେତାମାନେ ଏଯାଏଁ ଓ୍ବକ୍‌ଫ ବିଲ୍‌ କଥାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାର ସାହାସ ଜୁଟାଇପାରିଲା ଭଳି ଦେଖାଯାଉ ନ ଥିବା ତାଙ୍କ ଦଳର କେତେଜଣ ଛାତ୍ର ଓ ଯୁବନେତା ଚର୍ଚ୍ଚା କରୁଛନ୍ତି। ଏପରି ସ୍ଥିତିରେ ଆହୁରି ମଧ୍ୟ ପାଣ୍ଡିଆନ୍‌ଙ୍କ ସୁରକ୍ଷା ଲାଗି ଦଳ ଭିତରେ ନୂଆ ଯୋଜନା କରାଯାଇଛି। ଏମ୍‌ପି ଦେବାଶିଷ ସାମନ୍ତରାୟ ଖୋଲାଖୋଲି ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଥିଲେ। ତେଣୁ ଦେବାଶିଷଙ୍କୁ ଟାର୍ଗେଟ କରିବା ସକାଶେ ଦଳର ଶୀର୍ଷ ସ୍ତରରୁ ନୂଆ ଫନ୍ଦି କରାଯାଇଛି। ଏଇ କିଛିଦିନ ଭିତରେ ପ୍ରଥମେ ଦଳର ସବୁ ରାଜ୍ୟ ସଭା ସଦସ୍ୟଙ୍କୁ ନବୀନଙ୍କ ସହ ବସାଇ ଏକ ଫଟୋ ଗଣମାଧ୍ୟମକୁ ଦିଆଯିବାର ଯୋଜନା କରାଯାଇଛି। ଏହାଦ୍ୱାରା ଦେବାଶିଷ ଭୁଲ୍‌ ଥିଲେ ବୋଲି ଏକ ବାର୍ତ୍ତା ବାହାରକୁ ଯିବ। ଏହାପରେ ଧୀରେ ଧୀରେ ଦଳରେ ତାଙ୍କୁ ଅଣଦେଖା କରିବା ପ୍ରକ୍ରିୟା ଆରମ୍ଭ କରାଯିବାକୁ ଯୋଜନା କରାଯାଇଛି। ଜଣେ ଏମ୍‌ପି ନିଜ ନାମ ଗୋପନ ରଖି କହିଛନ୍ତି, ଯଦି ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ସେ ଯାହା କହୁଥିଲେ ତାହା ଠିକ୍‌ ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ସେ ରାଜନୀତିରେ ଏକ ସ୍ବତନ୍ତ୍ର ମାଇଲେଜ ପାଇଯିବେ ବୋଲି ଦଳର ଶୀର୍ଷସ୍ତରରେ ଚିନ୍ତା କରାଯାଉଛି। ଶେଷରେ ଏହିସବୁ ନାଟକ ରଚାଯାଉଥିବାବେଳେ ନିଜେ ନବୀନ ପଟ୍ଟନାୟକ ମଞ୍ଚରୁ ଉଭାନ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri