ବିଜେଡି ନେତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହେଲାଣି

ଭୁବନେଶ୍ୱର,୨।୪: ରାଜ୍ୟରେ ଭାଜପା ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଦଳକୁ ଟାର୍ଗେଟ୍‌ କରିଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ଭାଜପା ମଧ୍ୟ ବିଜେଡିକୁ କଡ଼ା ସମାଲୋଚନା କରିଛି।
ରାଜ୍ୟ ଭାଜପା ଉପସଭାପତି ତଥା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ। ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଭାଜପାରେ ପ୍ରାର୍ଥୀ ଟିକେଟ ନାମତାଲିକା ଘୋଷଣା କରନ୍ତି। ଠିକ ସମୟରେ ପ୍ରାର୍ଥୀ ଘୋଷଣା କରାଯିବ। ଗଣତନ୍ତ୍ର ବ୍ୟବସ୍ଥାରୁ ବାହାରେ ଥିବା ବିଜୁ ଜନତା ଦଳକୁ ଏହା ବୁଝିବା ଅତ୍ୟନ୍ତ କଷ୍ଟକର। ଅନ୍ୟପଟେ ବିଜେଡି ଭାଙ୍ଗିଯାଉଥିବାରୁ ବିଜେଡି ନେତାମାନଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଛି। ଏଥିସହ ସେମାନେ ପ୍ରଳାପ ଆରମ୍ଭ କରିଦେଇଛନ୍ତି। ଅନ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଶାସକ ବିଜେଡି ନିଜକୁ ନିଜେ ଆତ୍ମସମୀକ୍ଷା କରୁ ଏବଂ ବର୍ତ୍ତମାନ ସୁଦ୍ଧା କାହିଁକି ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ ସ୍ପଷ୍ଟ କରୁ। ବାସ୍ତବରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି। ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ବହୁ ନେତା ବିଜେଡିର ହାତ ଛାଡ଼ିଦେଉଛନ୍ତି। ମିଥ୍ୟା ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ ଜବାବ ଦେବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ଆସନ ହରେଇବ ବିଜେଡି: ଦେବାଶିଷ

ଭୁବନେଶ୍ୱର, ୬ା୪(ସୁନିତ୍‌ ମିଶ୍ର): ଉପକୂଳ ଅଞ୍ଚଳର ୨୮ଟି ବିଧାନସଭା ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା...

ସକାଳୁ ସକାଳୁ ଭୁବନେଶ୍ୱରରେ ବଡ଼ ଦୁର୍ଘଟଣା, ପୁରୀ ଯାଉଥିବାବେଳେ ଓଲଟିଲା ବସ୍‌

ଭୁବନେଶ୍ୱର,୬।୪: ସକାଳୁ ସକାଳୁ ଭୁବନେଶ୍ୱରରେ ବଡ଼ ଦୁର୍ଘଟଣା। ଉତ୍ତରା ଛକରେ ଓଲଟିଛି ଟୁରିଷ୍ଟ ବସ୍‌। ଭୁବନେଶ୍ବର ଉତ୍ତରା ଛକରେ ହୋଇଛି ବଡ଼ ଦୁର୍ଘଟଣା। ଟୁରିଷ୍ଟ ବସ...

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image