ଆନନ୍ଦପୁରରେ ୫ମ ରାଉଣ୍ଡରେ ବିଜେଡି ଆଗରେ

ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୧୩୬୮୯ଖଣ୍ଡ, ଭୋଟ୍‌ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୧୦୮୧୯ ଖଣ୍ଡ ଏବଂ ଭାଜପା ପ୍ରାର୍ଥୀ ଆଲୋକ ସେଠୀଙ୍କୁ ୯୦୭୧ ଖଣ୍ଡ ଭୋଟ୍‌ ମିଳିଛି।
ଏଠାରେ ୨୯୧ଟି ଭୋଟ୍‌ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏହି ବିଧାନସଭା କ୍ଷେତ୍ରଟି ହାଟଡିହୀ ଏବଂ ଆନନ୍ଦପୁର ବ୍ଲକ, ଆନନ୍ଦପୁର ମ୍ୟୁନିସିପାଲିଟିକୁ ନେଇ ଗଠିତ। ମୋଟ୍‌ ୭ଜଣ ବିଧାୟକ ପ୍ରାର୍ଥୀ ଭାବେ ନିର୍ବଚେନୀ ମଇଦାନରେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ବିଜେଡିରୁ ଅଭିମନ୍ୟୁ ସେଠୀ, ଭାଜପାରୁ ଆଲୋକ ସେଠୀ, କଂଗ୍ରେସରୁ ପୂର୍ବତନ ବିଧାୟକ ଜୟଦେବ ଜେନା, ସ୍ବାଧୀନରୁ ଝାନ୍ସିରାଣୀ ଦାସ ଏବଂ ବିଶ୍ୱ ପ୍ରତାପ ଜେନା,ବହୁଜନ ସମାଜ ପାର୍ଟିରୁ ଦେବେନ୍ଦ୍ର ଜେନା,ଏସ୍‌ୟୁସିଆଇରୁ ନୀଳକଣ୍ଠ ଜେନା ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ନୂଆ ମୁହଁ ଭାବେ ପ୍ରଥମ ଥର ପାଇଁ ନିର୍ବାଚନକୁ ସମ୍ମୁଖୀନ କରିଥିଲେ। କଂଗ୍ରେସର ଜୟଦେବ ୧୦ମ ଥର ପାଇ ନିର୍ବାଚନ ଲଢ଼ୁଥିବା ବେଳେ ଭାଜପାର ଆଲୋକ ତୃତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି।

Share