ଭୁବନେଶ୍ୱର,୨୪ା୫(ବ୍ୟୁରୋ)-ଆସନ୍ତା ଜୁନ୍ ୧୦ ତାରିଖରେ ଓଡ଼ିଶାରେ ୩ ଟି ଆସନ ଏବଂ ଗୋଟିଏ ଉପନିର୍ବାଚନ ପାଇଁ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ୩ଟି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ସୁବାସ ସିଂ ରାଜ୍ୟ ସଭାରୁ ଇସ୍ତଫା ଦେଇଥିବାରୁ ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ୪ଟି ଯାକ ଆସନ ବିଜେଡି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି । ଦୁଇ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବେ ନାହିଁ ବୋଲି ପୂର୍ବରୁ ସଙ୍କେତ ଦେଇ ସାରିଛନ୍ତି । ତେବେ ୪ଟି ଆସନରେ କିଏ ବିଜେଡି ପ୍ରାର୍ଥୀ ହେବେ, ସେ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।