Advertisement

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତାଙ୍କ କହିବାନୁସାରେ ଗତ ବ୍ରଜରାଜନଗର ଉପନିର୍ବାଚନରେ ସେ ଭାଜପା ଛାଡି ବିଜେଡିରେ ମିଶିଥିଲେ। ହେଲେ ସ୍ଥାନୀୟ ଲୋକପ୍ରତିନିଧି ତାଙ୍କୁ ଅଣଦେଖା କରୁଥିଲେ। ଏହାକୁ ନେଇ ସେ ଜିଲା ସଭାପତିଙ୍କୁ ଅବଗତ କରିଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share