ବିଜେଡି ଛାଡ଼ିଲେ ଉପସଭାପତି ଚିନ୍ମୟ ମିଶ୍ର, କହିଲେ ଦଳ ତାଙ୍କୁ…

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ଚିନ୍ମୟ ମିଶ୍ର ବୁଧବାର ବିଜେଡି ଛାଡ଼ିଛନ୍ତି। ଏ ନେଇ ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଆଦିତ୍ୟ ନନ୍ଦଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଗତ ୨୦୦୯ରୁ ଚିନ୍ମୟ ବିଜୁ ଯୁବ ଜନତା ଦଳର ଜଣେ ସକ୍ରିୟ ସଙ୍ଗଠକ ଭାବେ ରହି ନିଜ ଦାୟିତ୍ୱ ତୁଲାଉଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଜିଲାରେ ବେଶ୍‌ ପରିଚି। ଗତ କିଛି ଦିନ ହେବ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ ବିଜେଡି ଛାଡ଼ିଥିବା ପ୍ରକାଶ କରିଛନ୍ତି। ତେବେ ଆଗକୁ ତାଙ୍କ ରଣନୀତି କ’ଣ ହେବ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି।

Share