ପ୍ରଦୀପଙ୍କ ବିରୋଧରେ ମାନସଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

ଭୁବନେଶ୍ୱର,୨୭।୩: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି । ଦଳ ଛାଡି ଅନେକ ନେତା ଭାଜପାରେ ସାମିଲ ହେଉଛନ୍ତି। ଯାହାକୁ ନେଇ ବିଜେଡିର ଅଡୁଆ ବଢିବାରେ ଲାଗିଛି। ଏବେ ବିଜେଡିର ନିଜର ଗଞ୍ଜାମରେଏବେ ବ୍ୟାକଫୁଟରେ । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି। ତେବେ ଜିଲାରେ ବିଜେଡି ସଂଗଠନକୁ ଦୁର୍ବଳ ହେବାରେ ଲାଗିଛି । ତେବେ ପ୍ରଦୀପଙ୍କୁ ଟକ୍କର ଦେବା ପାଇଁ ବିଜେଡି ଜଣେ ଅଭିଜ୍ଞ ଓ ପୁରୁଖା ନେତାଙ୍କୁ ତାଙ୍କ ବିପକ୍ଷରେ ଛିଡା କରିପାରେ। ବିଜେଡି ବ୍ରହ୍ମପୁର ସଂସଦୀୟ ଆସନରୁ ରାଜ୍ୟ ସଭା ଏମ୍‌ପି ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।