ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ, ଏସଏଚ୍‌ଜି ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏସଏଚ୍‌ଜିଙ୍କୁ ଆଗାମୀ ୧୦ ବର୍ଷରେ ୨୦,୦୦୦ କୋଟିର ବ୍ୟବସାୟ ବ୍ୟବସ୍ଥା ସହ ମହିଳା ଉଦ୍ୟୋଗୀଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଦିଆଯିବ। BSKY ନବୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସବୁ ବର୍ଗଙ୍କୁ କଭରେଜ କରିବ ଆଦିବାସୀ, ଜନଜାତି, ଓବିସି, ସଂଖ୍ୟାଲଘୁ ସଶକ୍ତୀକରଣକୁ ପ୍ରାଥମିକତା ଦିଆଯାଇଛି।

 

Share