ବିଜେଡିରେ ହଲଚଲ: ଘନଘନ ବୈଠକପରେ କଳି ତୁଟାଇ ପାରିବେ ତ ସଞ୍ଜୟ…

ଗଞ୍ଜାମ ଜିଲାର ବ୍ରହ୍ମପୁର, ସାନଖେମୁଣ୍ଡି, ଛତ୍ରପୁର ଓ ଗୋପାଳପୁରର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟ ଦାସବର୍ମା ଦାୟିତ୍ୱ ନେବାପରେ ଏବେ ନବୀନଙ୍କ ଗଡ଼କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ଗଞ୍ଜାମରେ ସ୍ଥିତିକୁ ନେଇ ରାଜ୍ୟ ବିଜେଡିକୁ ଚିନ୍ତା ଘାରିଛି। ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ଡେରା ପକାଇଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା। ସେ ଦୁଇ କର୍ପୋରେଟର ଗୋଷ୍ଠୀଙ୍କୁ ଡାକି ପୃଥକ ପୃଥକ ଆଲୋଚନା କରିଛନ୍ତି। ପରେ ଅସନ୍ତୁଷ୍ଟ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି। ଏହାସହ ବିକ୍ରମ ପଣ୍ଡା, ରମେଶ ଚ୍ୟାଉପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କ ଭଳି ନେତାଙ୍କୁ ଡାକି ବିଚାରବିମର୍ଶ କରିଛନ୍ତି।

ସଞ୍ଜୟ କହିଛନ୍ତି, ଲୋକେ ସୁଯୋଗ ଦେଇଛନ୍ତି, ତାଙ୍କ ଆଶା ଆମ କାମରେ ପ୍ରତିଫଳିତ ହେବା ଉଚିତ। ବ୍ରହ୍ମପୁର ମେୟର, କର୍ପୋରେଟର, ଜିଲା ସଭାପତି, ଡେପୁଟି ମେୟର , ପୂର୍ବତନ ବିଧାୟକ ଜଣଜଣ କର୍ପେରେଟରଙ୍କ ସହ ସେ ଆଲୋଚନା କରିଛନ୍ତି। ଦଳରେ ମତ ପାର୍ଥକ୍ୟ ରହିଛି ରହିବ ଯଥାଶୀଘ୍ର ଆଲୋଚନା କରି ତୁଟାଇବାକୁ କହିଛନ୍ତି।

ସେପଟେ ମେୟରଙ୍କ କହିବା କଥା ଯେ, ସମସ୍ତେ ଯେଭଳି ଏକ ହୋଇ କାମ କରିବେ, ସେଥିପ୍ରତି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।

ତେବେ ଏବେ ଚର୍ଚ୍ଚା ହେଉଛି କୁହ କି ପ୍ରଶ୍ନ ଉଠୁଛି କେଉଁଠି ନା କେଉଁଠି ମନକୁ ଏହା ଆସୁଛି କ’ଣ ସତରେ ସଞ୍ଜୟ ନବୀନଙ୍କ ଗଡ଼କୁ ସଜାଡ଼ି ପାରିବେ? ଜିଲା ସଭାପତି ଚ୍ୟାଉ ପଟ୍ଟନାୟକ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କଳି ତୁଟାଇ ପାରିବେ ତ, ବିଏମ୍‌ସି ମେୟର କର୍ପୋରେଟରଙ୍କୁ ବୁଝାଇ ପାରିବେ ତ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ...

ଅହଂକାର ରଖନି, ଗ୍ରୁପିଜମ୍‌ କରନାହିଁ: ନଡ୍ଡା

ଭୁବନେଶ୍ୱର (ସୁନିତ୍‌ ମିଶ୍ର)/ପୁରୀ (ଅଜିତ କୁମାର ମହାନ୍ତି), ୧୩ା୪: ପୁରୀ ସ୍ଥିତ ସ୍ବାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଆୟୋଜିତ ଭାଜପାର ୨ ଦିନିଆ ପ୍ରଶିକ୍ଷଣ...

Kalabaisakhi in Odisha: ଆଲର୍ଟ, ଏସବୁ ଜିଲାରେ ଆଜି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୩ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଶନିବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image