ପୁରୁଷୋତ୍ତମପୁର,୩୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ସର୍ବସାଧାରଣଙ୍କୁ ଦର୍ଶନ ଲାଗି ପ୍ରଶାସ ବାରଣ କରିଥିଲେ। ତେବେ ବିଜେଡି ମନ୍ତ୍ରୀ, ବିଧାୟକ ଓ ଏମ୍ପିମାନଙ୍କୁ ଦର୍ଶନ କରିବାକୁ ଛଡାଯିବା ଉପରେ ପ୍ରଶ୍ନ ଉଠାଇଛି ଭାଜପା। ମନ୍ତ୍ରୀ, ବିଧାୟକମାନେ କ’ଣ ଆଇନରୁ ଊର୍ଦ୍ଧ୍ୱରେ କି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦରେ ସୋମବାର ତାରାତାରିଣୀ ଦର୍ଶନ ଲାଗି ଯାଇଥିବା ମନ୍ତ୍ରୀ ପଦ୍ମିନୀ ଦିଆନ, ଟୁକୁନି ସାହୁ, ପ୍ରଫୁଲ କୁମାର ମଲ୍ଲିକ ଓ ସୁଶାନ୍ତ ସିଂଙ୍କ ସହ ୧୬ ବିଧାୟକ ବିଧାୟିକା ଓ ୧୦ ଜଣ ଏମ୍ପି ଦର୍ଶନ ଲାଗି ଯିବାବେଳେ ପାହାଡ଼ ପାଦଦେଶରେ ଗାଡ଼ି ଅଟକାଇ ଭାଜପା କର୍ମୀ ବିରୋଧ କରିଥିଲେ । ତେବେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବିକ୍ଷୋଭକାରୀଙ୍କୁ ହଟାଇ ସେମାନଙ୍କୁ ମନ୍ଦିରକୁ ନେଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ