ଶଙ୍ଖ ଭବନରେ ବିଜେଡି ବିଧାୟକ: ପାଠ ପଢ଼ାଉଛନ୍ତି ସୁପ୍ରିମୋ…

ଭୁବନେଶ୍ୱର,୨୪।୮: ଶଙ୍ଖ ଭବନରେ ଚାଲିଛି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର । ଏହି ଶିବିରକୁ ଉଦ୍‌ଘାଟନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆ ବିଧାୟକଙ୍କୁ ପାଠ ପଢ଼ାଇଛନ୍ତି ନବୀନ। ସକାଳ ୧୦ଟାରୁ ଏହା ଆରମ୍ଭ ହୋଇଛି । ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ତାଲିମ୍‌ ନେଉଛନ୍ତି। ନବ-ନିର୍ବାଚିତ ୧୮ ବିଜେଡି ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମାନେ ବି ତାଲିମ ନେବେ ।
ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ମଧ୍ୟ ତାଲିମ ଦେବେ । ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ଭାଜପାର ଦଳୀୟ ପ୍ରଶିକ୍ଷଣ ଶିବିର ଦର୍ଶାଇ ବୟକଟ କରିଥିଲା ବିଜେଡି । ତେବେ ବିଜେଡିର ଏହି ପ୍ରଶିକ୍ଷଣ ଶିବିରକୁ ନେଇ ବୟାନ ବାଜି ତେଜିଛି ।

Share