ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ କେଉଁ ଚାରିଜଣଙ୍କୁ ପଚାରୁଛନ୍ତି? ତେର୍ଚ୍ଛାବାଣ ମାରିଲେ ପ୍ରସନ୍ନ, କହିଲେ…

ସମ୍ବଲପୁର,୫।୧୦: ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ନାଁ ନ ନେଇ ପ୍ରସନ୍ନ ମାରିଛନ୍ତି ତେର୍ଚ୍ଛାବାଣ। ସେ କହିଛନ୍ତି, ଏଠି ଚାରିଟା ସରକାର, ରାଜ୍ୟ କେମିତି ଚାଲିବ? ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ ଚାରିଜଣଙ୍କୁ ପଚାରୁଛନ୍ତି। ସେ ଆହୁରି କହିଛନ୍ତି, ଆମର ଗୋଟିଏ ସରକାର, ନବୀନ ପଟ୍ଟନାୟକ ଯାହା କହିଲେ ଆମେ ମାନିଲୁ। ୪ଟା କଥାରେ ସରକାର କିପରି ଚାଲିବ। ଗୋଟିଏ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଜଣଙ୍କୁ ପଚାରିବାକୁ ପଡୁଛି। ମାସ ମାସ ଫାଇଲ ପଡ଼ିରହୁଛି। ତେବେ ସରକାର ପରିବର୍ତ୍ତନ ଗଣତନ୍ତ୍ରର ନିୟମ। ସିଏ ଅଧିକ ଭୋଟ ପାଇଲେ ସରକାର ଗଢ଼ିଲେ, ଆମେ କମ୍‌ ଭୋଟ ପାଇଲୁ ବିରୋଧୀ ଦଳ ହେଲୁ। ଶୁଣିକି ଆଶ୍ଚର୍ଯ୍ୟ ହେବେ, ଶାସନ ହାତରୁ ପଳାଇଲା ହେଲେ ବି ଆମେ ଅଧିକ ଭୋଟ ପାଇଛୁ। ଇଲେକ୍‌ଶନ କମିଶନର ଯେଉଁ ତାଲିକା ପ୍ରକାଶ କରିଛନ୍ତି, ସେଥିରେ ବିଜେଡି ଅଧିକ ଭୋଟ ପାଇଥିବା ଜଣଶପଡ଼ିଛି। ତେବେ ଆପଣ ଭାବୁଥିବେ ଅଧିକ ଭୋଟ ପାଇ ଆମେ କିପରି ସରକାର ଗଠନ କରିପାରିଲୁ ନାହିଁ। ତେବେ ବହୁତ ଜାଗାରେ ତ୍ରୁଟି ହୋଇଛି, ଯଦି ଗୋଟିଏ ଜାଗାରେ ୨୫ ହଜାର ଭୋଟରେ ଜିତିଛୁ, ପୁଣି କେଉଁ ଜାଗାରେ ୫ଟା ଭୋଟରେ ହାରିଛୁ। ଏ ନେଇ ଆମ ସିଟ୍‌ କମିଲା, ଆମେ ବିରୋଧୀ ଦଳରେ ରହିଲୁ। ତେବେ ଦୁଃଖ ଲାଗୁଛି, ଯେଉଁ ଆଶା ଦେଇ ଭାଜପା ନିର୍ବାଚନ ଜିତିଲା ସୁଭଦ୍ରା କହି ଠକିଦେଲା। ୫୦ ହଜାର କହି ୫ ବର୍ଷରେ ଦେବ କହିଲା। ବିଜୁଳି ବିଲ୍‌ ୩୦୦ ୟୁନିଟ୍‌ ଛାଡ଼ କହି ସୋଲାର ଲାଇଟ୍‌ ଲଗେଇବ। ଯାହାର ଚାଳଛପର ଘର, ସେ ବି ସୋଲାର ଲଗେଇବ। ଯିଏ ସୁଭଦ୍ରା ମା’କୁ ଠକିଲେ, ସେ ଜଗନ୍ନାଥଙ୍କୁ ମଧ୍ୟ ଠକିଦେବେ।