Advertisement

୨୦ରେ ବିଜେଡି ବିଧାୟକ ଦଳ ବୈଠକ: ଏମିତି କହିଲେ ସୁଲତା

ଭୁବନେଶ୍ୱର,୧୭।୭: ଆସନ୍ତା ଜୁଲାଇ ୨୦ରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ଏହି ବୈଠକ ବସିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବୋଳ ବୈଠକରେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ହେବ ।

ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜେଡି ଏମ୍‌ପିଙ୍କ ବୈଠକ ହେବାର ଯୋଜନା ରହିଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯେଉଁ ଭଳି ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ କାମ କରିଥିଲୁ, ତାହା ଏଥର ଵି କରିବାକୁ ସେ ନିର୍ଦ୍ଦେଶ ଦେବେ ବୋଲି ବିଶ୍ୱାସ ରଖିଛନ୍ତି ଦଳୀୟ ନେତା  । ତାଙ୍କ ମାର୍ଗଦର୍ଶନରେ ଏମ୍‌ପିମାନେ କାମ କରିବେ । ଗତ ସଂସଦରେ ଆମେ କାମ କରିଛୁ । ବିରୋଧୀ ଦଳ ଭାବେ ଆମକୁ ଜନାଦେଶ ମିଳିଛି । ବିଜେଡି ସଭାପତି ଆମକୁ ଜନାଦେଶ ଅନୁସାରେ ଓଡ଼ିଶାବାସୀଙ୍କ ସ୍ୱର ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି ରାଜ୍ୟସଭା ଏମ୍‌ପି ସୁଲତା ଦେଓ  ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share