ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ

ନବରଙ୍ଗପୁର, ୧୨।୫(ସଦାଶିବ ପ୍ରହରାଜ)ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମୟରେ ନେତାଙ୍କ ଉପସ୍ଥିତିରେ ଟଙ୍କା ବଣ୍ଟାଯାଉଥିବାର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି ଗତ ୯ ତାରିଖ ଗୁରୁବାରର ବୋଲି ସ୍ପଷ୍ଟ ହୋଇଛି। ତେବେ କେଉଁ ଗ୍ରାମର ପ୍ରଚାର ବେଳର ଏହି ଫଟୋ ତାହା ଜଣାପଡ଼ିନାହିଁ ।
ଯେ, ଉକ୍ତ ଦିନ ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଦୀପ ମାଝି ତାଙ୍କ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ନବରଙ୍ଗପୁର ନିର୍ବାଚନମଣ୍ଡଳୀର ସାନକୁମୁଲି, ଉର୍ଦି, ଗୁମାଗୁଡ଼ା, ବାଗସିଉନି, ଜାମ୍ବାଗୁଡା, ତଣ୍ଡା, ସନୁଗୁଡ଼, ପଟାକୋଟ, ଅଟକବେଡ଼ା, ଧାରନାବେଡ଼ା, ତାରାଗାଁ, ମନ୍ତ୍ରିଗୁଡ଼ା, ଶରଣପୁର ଓ ବିକ୍ରମପୁର ଗ୍ରାମରେ ପ୍ରଚାର କରିଥିଲେ। ସେହି ସମୟରେ କୌଣସି ଏକ ଗ୍ରାମରେ ଏହି ଟଙ୍କା ବାଣ୍ଟିବା ଫଟୋ ବୋଲି ଜଣାପଡ଼ିଛି। ଟଙ୍କା ହାତରେ ଧରିଥିବା ବ୍ୟକ୍ତି ହେଉଛନ୍ତି ନନ୍ଦାହାଣ୍ଡି ବ୍ଲକ କେଶରୀଗୁଡ଼ା ଗ୍ରାମର ତ୍ରିନାଥ ଭଟ୍ଟ । ସେ ପ୍ରଦୀପ ମାଝିଙ୍କ ସହ ଗାଡ଼ିରେ ଠିଆହୋଇ ଓ ହାତରେ ଟଙ୍କାବିଡ଼ା ଧରି ଲୋକଙ୍କୁ ବାଣ୍ଟୁଥିବାର ଫଟୋ ଭାଇରାଲ ହୋଇଛି। ବିରୋଧୀ ଭାଜପା ଏହାକୁ ନେଇ ପର୍ଯ୍ୟବେକ୍ଷକ ଓ ନିର୍ବାଚନ କମିଶନ ନିକଟରେ ଅଭିଯୋଗ କରିଥିବା ଦଳର ଏମ୍‌ପି ପ୍ରାର୍ଥୀ ବଳଭଦ୍ର ମାଝି କହିଛନ୍ତି। ବିଜେଡି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛି। ତେଣୁ ପ୍ରଦୀପଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବାକୁ ସେ ଦାବି କରିଛନ୍ତି। ଏ ନେଇ ବିଜେଡି ପ୍ରାର୍ଥୀ ପ୍ରଦୀପଙ୍କୁ ପଚାରିବାରୁ ଟଙ୍କା ବାଣ୍ଟିବା ଘଟଣା ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ପରେ ତ୍ରିନାଥ ଭଟ୍ଟଙ୍କୁ ପଚାରିବାରୁ ସେ ଟଙ୍କାବଣ୍ଟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଚାରବେଳେ ଶାର୍ଟ ପକେଟ୍‌ରେ ଟଙ୍କା ଥିଲା। ଏହା ପଡ଼ିଯାଇଥିବାରୁ ତାହା ଉଠାଇ ଗଣିବାବେଳେ କେହି ଏହାର ଫଟୋ ଉଠାଇ ଭାଇରାଲ କରିଛନ୍ତି ବୋଲି ତ୍ରିନାଥ କହିଛନ୍ତି। କୌଣସି ସ୍ଥାନରେ ମଧ୍ୟ ଟଙ୍କା ବଣ୍ଟାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri