ରାଜ୍ୟ ସଭାରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିଜେଡି ଏମ୍‌ପି

ଭୁବନେଶ୍ୱର,୨ା୭(ଅନିଲ ଦାସ) ବିଜେଡି ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭାରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ସ୍ବାଧୀନତା ପରଠାରୁ ଓଡ଼ିଶା କେନ୍ଦ୍ର ଉଦାସୀନତାର ଫଳ ଭୋଗୁଛି। ଓଡ଼ିଶା ମାଟି ତଳେ ଯେତିକି ସମ୍ପଦ ଅଛି ମାଟି ଉପରେ ସେତିକି ରହିଛି। ତଥାପି ଓଡ଼ିଶା ଯେଉଁ ଗତିରେ ଆଗେଇ ପାରିବା କଥା ଆଗେଇ ପାରିନାହିଁ। ଓଡ଼ିଶାକୁ ବିଭିନ୍ନ ସମୟରେ ବାତ୍ୟା, ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇବା କଥା। କିନ୍ତୁ ସହଯୋଗର ହାତ ଆସୁ ନାହିଁ। ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ।
ମୁହଁରେ କେନ୍ଦ୍ର ସରକାର ଯେଉଁ କଥା କୁହାଇଲେ ସେଥିରେ କିଛି ସ୍ପଷ୍ଟତା ନାହିଁ। ମୋତେ ଲାଗୁଛି କେନ୍ଦ୍ର ସରକାର ଅନେକ କଥା ଲୁଚାଇବାକୁ ଚାହୁଁଛନ୍ତି। ଜଣେ ରୋଗୀ ଯଦି ରୋଗ ଲୁଚାଇବ ତେବେ ରୋଗର ଚିକିତ୍ସା ହେବ କେମିତି। ସରକାର ବିଫଳତା ଓ ଦୁର୍ବଳତା ସବୁକିଛି ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନରେ ଅହିଂସାକୁ ସାମିଲ କରିବା ନେଇ ପ୍ରସ୍ତାବ ଦେଇଥିଲେ। ଏ ପର୍ଯ୍ୟନ୍ତ ସେଥି ପ୍ରତି ଦୃଷ୍ଟି ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ଶୁଭାଶିଷ କହିଛନ୍ତି। ଓଡ଼ିଶା କେନ୍ଦ୍ରର ଚିର ଅବହେଳାର ଶିକାର ହୋଇଛି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ସେ ଦାବି କରିଛନ୍ତି।
ସେ ନିଜର ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ। ସେ ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ପ୍ରଣାମ କରିବା ସହ ପ୍ରଥମ ବକ୍ତବ୍ୟ ଦେବାକୁ ସୁଯୋଗ ଦେଇଥିବାରୁ ସେ ଉପାଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥି ସହିତ ଏମ୍‌ପି ଭାବେ ରାଜ୍ୟ ସଭାକୁ ପଠାଇଥିବାରୁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ପୁରୀ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରରୁ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ କୌଣସି ସଙ୍କୀର୍ଣ୍ଣ ବନ୍ଧନରେ ବାନ୍ଧି ହେବନାହିଁ। ସେ ଭାବର ଠାକୁର ଜଗତର ନାଥ। ଏଭଳି ଭାବାବେଗର ଶ୍ରୀକ୍ଷେତ୍ରର ଉନ୍ନତି ଏକାନ୍ତ କାମ୍ୟ। ବିଜେଡି ସରକାର ଅମଳରେ ଶ୍ରୀକ୍ଷେତ୍ରରେ ଅନେକ ଆଖିଦୃଶିଆ କାମ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ। ଗଜପତି ମହାରାଜାଙ୍କ ଭାଷାରେ ଯାହା ୭୦୦ ବର୍ଷରେ ହୋଇ ପାରି ନ ଥିଲା ତାହା ହୋଇ ପାରିଛି। ଏହାକୁ ଆଗେଇ ନେବାକୁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଆରମ୍ଭ କରି କୋଷ୍ଟାଲ ହାଇଓ୍ବେ ଓ ପୁରୀ -କୋଣାର୍କ ରେଲ୍‌ଓ୍ବେ ଏବଂ ସିଦ୍ଧ ମହାବୀର ରେଲ୍‌ଓ୍ବେ ଓଭର ବ୍ରିଜ୍‌ କାର୍ଯ୍ୟ ଆହୁରି ତ୍ୱରାନ୍ବିତ ହେବାର ଆବଶ୍ୟକତା ରହିଛି। ଆସନ୍ତା ୭ ତାରିଖରେ ପୁରୀରେ ରଥଯାତ୍ରା। ରଥଯାତ୍ରାରେ ଯୋଗଦେବାକୁ ସେ ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ...

ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ...

କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା

କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ...

ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

ଅସ୍ତରଙ୍ଗ,୪।୭(ପ୍ରଦୀପ୍ତ କୁମାର ଦୀକ୍ଷିତ)ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ...

କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ...

ଓଡ଼ିଆ ଲେଖି ଜାଣି ନ ଥିବାରୁ ସରପଞ୍ଚ ପଦ ଅସିଦ୍ଧ

ମୋହନା, ୪ା୭ (ମନ୍ମଥ ମିଶ୍ର)ଓଡ଼ିଆ ଲେଖି ଜାଣି ନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ । ଗଜପତି ଜିଲା ମୋହନା ବ୍ଲକ୍‌...

ଥମୁନି ବିଜେଡି କର୍ପୋରେଟର ବିବାଦ

ଭୁବନେଶ୍ୱର, ୪।୭(ଅନିଲ ଦାସ/ବନ୍ଦନା ସେଠୀ)ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର ୨ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର...

ବିଜେଡି ଅମଳରେ ଦରଦାମ୍‌ ଥିଲା ଆକାଶ ଛୁଆଁ: ଭାଜପା

ଭୁବନେଶ୍ୱର, ୪।୭(ସୁନିତ୍‌ ମିଶ୍ର)ଦରଦାମ ନିୟନ୍ତ୍ରଣ କରିବା ପାଇଁ ପ୍ରଳାପ କରୁଥିବା ବିଜେଡି ଗତ ୨୫ ବର୍ଷରେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri