Categories: ଜାତୀୟ

ଗୃହରେ ବିଧାନ ପରିଷଦ ଗଠନ ଦାବି ଉଠାଇଲା ବିଜେଡି

ନୂଆଦିଲ୍ଲୀ,୨୪।୩: ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଗୁରୁବାର ଦାବି କରାଯାଇଛି। ଶୂନ୍ୟକାଳରେ ବିଜେଡି ଏମ୍‌ପି ମୁଜିବୁଲ୍ଲା ଖାନ୍‌ ଏହି ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ବିଧାନ ପରିଷଦ ଗଠନ ଲାଗି ୨୦୧୮ରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇ କେନ୍ଦ୍ର ନିକଟକୁ ପଠାଯାଇଥିଲା। ଉକ୍ତ ପ୍ରସ୍ତାବ ମିଳୁ ନ ଥିବାରୁ ବିଜେଡି ଏମ୍‌ପି ଏନେଇ କେନ୍ଦ୍ରକୁ ଜବାବ ମାଗିଥିଲେ। ପାର୍ଲାମେଣ୍ଟ କିମ୍ବା କେନ୍ଦ୍ର ସରକାର ଦସ୍ତାବିଜ୍‌ ହଜାଇଦେବା ଆଶ୍ଚର୍ଯ୍ୟର ଘଟଣା ବୋଲି ସେ କହିଥିଲେ। ପୂର୍ବରୁ ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ରାଜ୍ୟରୁ ସେପରି କୌଣସି ପ୍ରସ୍ତାବ ପାଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି।

Share