Advertisement

ରାଜ୍ୟ ସଭାରେ ମୋଦିଙ୍କୁ ସୁଲତା କହିଲେ, ସୁନା କେ ଚିହ୍ନିଲୁ ବାନା କେ ଚିହ୍ନିଲୁ…

ନୂଆଦିଲ୍ଲୀ,୧୧।୨: ସଂସଦରେ ବଜେଟ ଅଧିବେଶନ ଜାରି ରହିଛି। ଏହାକୁ ନେଇ ବିରୋଧୀ-ଶାସକ ମଧ୍ୟ ମୁହାଁମୁହିଁ ହେଉଛନ୍ତି। ତେବେ ଏହାରି ଭିତରେ ରାଜ୍ୟ ସଭା ମଧ୍ୟ ସରଗରମ ହୋଇ ଉଠିଛି। ସବୁ ବିରୋଧୀ ଦଳ ପରି ବିଜେଡି ମଧ୍ୟ କେନ୍ଦ୍ର ବଜେଟକୁ ସମାଲୋଚନା କରିଛି। ଏହାକୁ କଟାକ୍ଷ କରି ଏମପି ସୁଲତା ଦେଓ ରାଜ୍ୟ ସଭାରେ ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚାର ଖୋରାକ ଯୋଗାଇଛି। ଏମପି ସୁଲତା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ସଂସଦରେ ଛି ଛି ଛିରେ ନନୀ ଛି ଗୀତ ବୋଲି କଟାକ୍ଷ କରିଛନ୍ତି।

ରାଜ୍ୟ ସଭାରେ ଶୁଭିଲା ଛି ଛି ଛିରେ ନନୀ ଛି। ଏହି କୋରାପୁଟିଆ ଗୀତର ସଂଳାପକୁ ସଂସଦରେ ବଡ଼ ପାଟିରେ ଦୋହରାଇ କେନ୍ଦ୍ର ବେଜଟକୁ କଟାକ୍ଷ କରିଛନ୍ତି ବିଜେଡି ଏମପି ସୁଲତା ଦେଓ। ସେ ନିଜ ଭାଷଣରେ କହିଛନ୍ତି କେନ୍ଦ୍ରର ଏହି ବଜେଟରେ ଓଡ଼ିଶା ପାଇଁ କିଛିନାହିଁ। ନିର୍ବାଚନ ଆସୁଥିବାରୁ ବିହାର ପାଇଁ ଯୋଜନା ଉପରେ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବଜେଟ କେବଳ ନିର୍ବାଚନ ସର୍ବଶ୍ୱ ହୋ ରହିଯାଇଛି। ତେବେ ଏସବୁ ଭିତରେ କୋରାପୁଟର ଗୋଟିଏ ଗୀତ ଟ୍ରେଣ୍ଡ କରୁଛି ତାହା ହେଲା ସୁନା କେ ଚିହ୍ନିଲୁ ବାନା କେ ଚିହ୍ନିଲୁ ମଣିଷ କେ ଚିହ୍ନିଲୁ ନାଇଁ। ଠିକ୍‌ ସେହିପରି ଏ ସରକାର ସାଧାରଣ ମଣିଷଙ୍କୁ ଚିହ୍ନିପାରୁ ନାହାନ୍ତି ବୋଲି ରାଜ୍ୟ ସଭାରେ କହିଛନ୍ତି। ସୁଲତାଙ୍କ ଏହି ଭାଷଣ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share