କୃଷି ବିଲ୍‌କୁ ବିଜେଡିର ବିରୋଧ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): କୃଷି ବିଲ୍‌କୁ ବିଜେଡି ବିରୋଧ କରିଛି। ରବିବାର ରାଜ୍ୟ ସଭାରେ ଆଲୋଚନା ବେଳେ ଏହି ବିଲ୍‌କୁ ବିଜେଡି ଏମ୍‌ପି ଅମର ପଟ୍ଟନାୟକ ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏହି ବିଲ୍‌କୁ ସେ ସିଲେକ୍ଟ କମିଟି ପାଖକୁ ପଠାଇବାକୁ ଦାବି କରିଛନ୍ତି।
ଦେଶର କୃଷିକ୍ଷେତ୍ରରେ ପରିବର୍ତ୍ତନ ଓ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ନେଇ ଲୋକ ସଭା ପରେ ଆଜି ରାଜ୍ୟ ସଭାରେ ୩ଟି ବିଲ୍‌ ଉପସ୍ଥାପନ କରାଯାଇଥିଲା। ବିଲ୍‌ ପାସ ହୋଇସାରିବା ପରେ ରାଜ୍ୟ ସଭାରେ ଏହି ବିଲ୍‌କୁ ଉପସ୍ଥାପନ କରାଯାଇଥିଲା। ତେବେ କୃଷି ବିଲ୍‌କୁ ବିଜେଡି ବିରୋଧ କରିଛି।

Share