ଭୁବନେଶ୍ୱର,୨୩।୧୨: ୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍ ନିର୍ବାଚନ କମିଶନରଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି। ଲୋକସଭା ଓ ବିଧାନସଭାରେ ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି ଉଠାଇ ECI ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି।
ସବୁଠୁ ବଡ କଥା ହେଲା ଏଡିଆର ରିପୋର୍ଟରେ ମଧ୍ୟ ଭୋଟର ସଂଖ୍ୟା ଓ ଭୋଟ ହାରକୁ ନେଇ ପ୍ରଶ୍ନ ଉଠିଛି। ଏସବୁ ପ୍ରସଙ୍ଗରେ ବିଜେଡି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମଧ୍ୟ ମିଳୁ ନ ଥିବା ଅଭିଯୋଗ କରିଛନ୍ତି।