ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ: ହେବିଓ୍ବେଟଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ: ହେବିଓ୍ବେଟଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ
ଭୁବନେଶ୍ୱର,୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁରୁବାର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କିଛି ହେବିଓ୍ବେଟଙ୍କୁ ଉପନିର୍ବାଚନ ଦାୟିତ୍ୱ ପ୍ରଦାନ କରିଛନ୍ତି। ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ନିୟୋଜିତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି। ରୁଦ୍ର ମାର୍ଚ୍ଚ ୩୦ରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପିପିଲି ଉପନିର୍ବାଚନ ପାଇଁ ବିଜେଡି ଏକ ସ୍ବତନ୍ତ୍ର କମିଟି ଗଠନ କରିଛି। ଏଥିରେ ଯୁବପିଢି, ଛାତ୍ର, ମହିଳା ଓ ବରିଷ୍ଠ ନେତାମାନଙ୍କୁ ଦଳ ତରଫରୁ ଦାୟିତ୍ୱ ଦିଆଯାଇଛି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ମେ’ ୨ ରେ ଏହାର ଫଳାଫଳ ପ୍ରକାଶ ପାଇବ।

Share