ରାଇକିଆ,୧୬।୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ବ୍ଲକ ସଭାପତି ରାଜମୋହନ ଦିଗାଲଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳକୁ ବନ୍ଦ ଏବଂ ଧାନ କିଣା ନୀତି ପ୍ରତିବାଦରେ ଆନ୍ଦୋଳନ କରାଯାଇଛ। ବ୍ଲକ ଉପାଧ୍ୟକ୍ଷ ରିନା ପ୍ରଧାନ, ଜିଲା ବିଜେଡ଼ି ସଂଖ୍ୟା ଲଘୁସେଲ ସଭାପତି ଜୟାନନ୍ଦ ନାୟକ, ବ୍ଲକ ଯୁବ ବିଜେଡ଼ି ସଭାପତି ଟୁକୁନା ପାଣିଗ୍ରାହୀ, ଛାତ୍ର ବିଜେଡ଼ି ସଭାପତି ରୋସନ ନାୟକଙ୍କ ସମେତ ପଞ୍ଚାୟତ ସ୍ତରର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।