ବିଜେଡି ରାଜ୍ୟ ସଭା ଏମପି ମୁନା ଖାନ୍‌ଙ୍କ ଦମଦାର୍‌ ଭାଷଣ, ପ୍ରଶଂସା କଲେ ଧନକର, ଟାର୍ଗେଟରେ ଥିଲେ ମୋଦି

ଭୁବନେଶ୍ୱର,୫।୭: ରାଜ୍ୟ ସଭାରେ ବଦଳିଛି ବିଜୁ ଜନତା ଦଳର ଆଭିମୁଖ୍ୟ। ଆକ୍ରାମଣତ୍ମକ ଢଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଛନ୍ତି ବିଜେଡି ଏମପି। ପୂର୍ବରୁ ସବୁ ପ୍ରସଙ୍ଗରେ ବିଜେଡିକୁ ସାଥ୍‌ ଦେଉଥିବା ଏହି ଦଳ ଏବେ କିନ୍ତୁ ବିରୋଧୀଙ୍କ ସ୍ବରରେ ତାଳ ମିଳାଇଛି। ସେହି କ୍ରମରେ ରାଜ୍ୟ ସଭାର ବିଜେଡି ଏମପି ମୁନା ଖାନ(ମୁଜିବୁଲା ଖାନ୍‌)ଙ୍କ ଭାଷଣ ଏବେ ଏସବୁ ପରିସ୍ଥିତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏମିତିକି ତାଙ୍କ ଭାଷଣକୁ ରାଜ୍ୟ ସଭା ଚେୟାରମ୍ୟାନ ଜଗଦୀପ ଧନକର ପ୍ରଶଂସା କରିଛନ୍ତି। ମୁନା ଖାନ୍‌ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନ ନେଇ ମଧ୍ୟ ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଯେଉଁଥିରେ ସେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ୱକୁ ଖୁବ୍‌ ନିଆରା ଢଙ୍ଗରେ ବର୍ଣ୍ଣନା କରିଛନ୍ତି।

ମୁନା ପ୍ରଥମେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ହରିୟାଣାର ଏକ ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେଉଥିଲା। ଜଣେ ଯୁବ ନେତା ନିର୍ବାଚନ ପ୍ରଚାର ପାଇଁ କର୍ପୁରୀଙ୍କୁ ଆଣିବାକୁ ଦିଲ୍ଲୀ ଯାଇଥିଲେ। ତେବେ ସେଠାରେ ପହଞ୍ଚିବା ପରେ କର୍ପୁରୀ ତାଙ୍କୁ ପଚାରିଲେ, ତୁମେ ଗାଡି ଆଣିଛ? ଯୁବ ନେତା କହିଲେ, ‘ମୋର ଗାଡି ନାହିଁ ମୁଁ ବସ୍‌ରେ ଆସିଛି’। ଏହାପରେ କର୍ପୁରୀ କହିଲେ, ‘ମୋର ବି ଗାଡି ନାହିଁ ଚାଲ ବସ୍‌ରେ ଯିବା’। ଏହାପରେ ସେମାନେ ଦୁଇଜଣ ବସ୍‌ରେ ଯାତ୍ରା କରିଥିଲେ। ବସ୍‌ରେ ଏତେ ଭିଡ ଭିତରେ ବି କର୍ପୁରୀ ଠିଆ ହୋଇ ଦିଲ୍ଲୀରୁ ହରିୟାଣା ଆସିଥିଲେ। ବଡ଼ କଥା ହେଲା କର୍ପୁରୀ ସାରାଦିନର ପ୍ରଚାରରେ ଗୋଟିଏ ଡ୍ରେସ ପିନ୍ଧିଥିଲେ। ଯାହାକୁ ଦେଖି ଉକ୍ତ ଯୁବକଜଣକ ପ୍ରଶ୍ନ କଲେ, ଆପଣ ଆଉ ଡ୍ରେସ୍‌ ଆଣି ନାହାନ୍ତି କି? ଏହାର ଉତ୍ତରରେ ସେ କହିଥିଲେ, ମୁଁ ୩ଟା ଡ୍ରେସ୍‌ ଏକାଥରେ ପିନ୍ଧିକି ଆସିଛି। ଆଜି ପ୍ରଚାର ସରିଲା। ପୁଣି କାଲି ଉପର ଡ୍ରେସ୍‌କୁ ତଳ ଏବଂ ତଳ ଡ୍ରେସ୍‌କୁ ଉପର କରି ପିନ୍ଧିବି। ତେବେ ମୁନା ଏହି ଉଦାହରଣ ଦେଇ କହିଛନ୍ତି, ଆମର ନେତାଏ ତ ଘଣ୍ଟାକୁ ଥରେ ଡ୍ରେସ୍‌ ବଦଳୁଛନ୍ତି। ମୁନା ଏହାକୁ କହି ପରୋକ୍ଷରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଉଦାହରଣ ଦେଇ ମଧ୍ୟ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ରାଜ୍ୟ ସଭା ଏମପି ମୁନା ସଂସଦରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ପାଖରେ ପୂର୍ଣ୍ଣ ବହୁମତ ଥାଇ ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫାର କାରଣ ଥିଲା, ତାଙ୍କ ଦଳର ଦୁଇ ବିଧାୟକଙ୍କର ମତଭେଦ। ଯେଉଁଥିପାଇଁ ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥାଇ ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ସେ ଅନୁଗୁଳର ବାଜି ରାଉତ ଆଶ୍ରମକୁ ଚାଲି ଯାଇଥିଲେ। ସେଠାରେ ସେ ଶିକ୍ଷକତା କରିଥିଲେ। ନବକୃଷ୍ଣଙ୍କର ଏହି ଉଦାହରଣ ଦେଇ ମୁନା କହିଛନ୍ତି, ଆଜିର ଦଳଗୁଡିକ ନିଜ ପାଖରେ ବହୁମତ ନ ଥାଇବି ସରକାର ଗଠନ କରିବାକୁ ଅନ୍ୟ ଦଳ ଭାଙ୍ଗୁଛନ୍ତି। ଏହି ଉଦାହରଣ ଦେଇ ମଧ୍ୟ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶରେ କ୍ଷମତା ହାସଲ କରିଛନ୍ତି, କିନ୍ତୁ ୨୦୨୪ର ନିର୍ବାଚନ ଫଳାଫଳ ସଂସଦର ଚିତ୍ର ବଦଳାଇ ଦେଇଛି। ଅଦ୍ୟାବଧି ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଭାଜପା ଏବଂ ମୋଦି ସରକାରଙ୍କ ସଙ୍କଟମୋଚନ ସାଜିଥିବାବେଳେ ଏବେ ବିଜେଡି ତା’ର ରାଜନୈତିକ ରଣନୀତି ପରିବର୍ତ୍ତନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ମୋଦି ସରକାରଙ୍କୁ ସମର୍ଥନ କରୁଥିବା ବିଜେଡି ଏବେ ବିରୋଧୀ କ୍ୟାମ୍ପ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏହାର ଏକ ଉଦାହରଣ ବୁଧବାର ରାଜ୍ୟ ସଭାର ଶେଷ ଅଧିବେଶନରେ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ବିଜେଡିର ବଦଳିଥିବା ରାଜନୈତିକ ମନୋଭାବ ଭାଜପା ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

୨୦୨୪ ଲୋକ ସଭା ନିର୍ବାଚନ ପରେ ପରିସ୍ଥିତି ବଦଳି ଯାଇଛି। ଓଡିଶାରେ କ୍ଷମତା ହରାଇବା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମନୋଭାବରେ ପରିବର୍ତ୍ତନ ଆସିଛି। ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣବେଳେ ବିରୋଧୀ ନେତାଙ୍କ ସହ ବିଜେଡି ଏମପିମାନେ ଏକାଠି ଛିଡା ହୋଇ ହୋହଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ଇଣ୍ଡିଆ ମେଣ୍ଟ କକ୍ଷତ୍ୟାଗ କରିଥିଲେ ସେତେବେଳେ ବିଜେଡି ଏମପିମାନେ ମଧ୍ୟ ତାଙ୍କୁ ତାଳ ଦେଇ ବାହାରକୁ ଯାଉଥିବାର ଦେଖାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ଥିଲା ଯେ ବିଜେଡି ଏମପିମାନେ ରାଜ୍ୟ ସଭାରୁ କକ୍ଷତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ କାର୍‌ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ପୋଲିସ୍‌ ଚକିତ କଲା ଭଳି ଖୁଲାସା କରିଛି । ସିସିଟିଭି ଫୁଟେଜ୍‌କୁ ତର୍ଜମା...

ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ରାହୁଲ

ଇମ୍ଫାଲ,୮ା୭: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍‌ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକୁ...

ସଲମାନ୍‌ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା, ଦାଖଲ ହେଲା ଚାର୍ଜସିଟ୍‌

ମୁମ଼୍ବାଇ, ୦୮।୦୭: ୨୦୨୪ ଏପ୍ରିଲ ମାସରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ମୁମ଼୍ବାଇ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ଼ ହୋଇଥିଲା । ମୁମ଼୍ବାଇ ପୋଲିସ୍‌...

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଲାଗି ମିଳିଲା ମଞ୍ଜୁରୀ, ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ହେବ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର, ୮।୭: ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ଜମିରେ...

ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା, ସୁପ୍ରିମ୍‌କୋର୍ଟ ଗଲା ଇଡି

ନୂଆଦିଲ୍ଲୀ, ୦୮।୦୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟର ଦ଼୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଏନେଇ କହିଛି...

ନବୀନ ଦେଲେ ଇସାରା! ପାଣ୍ଡିଆନ୍‌ ହିଁ ବିଜେଡିର… ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୮।୭: ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ତାଙ୍କ ସ୍ବାକ୍ଷରରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ରାଜ୍ୟସ୍ତରୀୟ...

ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା

ମୁମ଼୍ବାଇ, ୦୮।୦୭: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ...

ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଦେଲେ ଏହି ବିଭାଗ

ରାଞ୍ଚି,୮।୭: ଆଜି ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟକୁ ବିସ୍ତାର କରାଯାଇଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ଜେଏମଏମ ନେତୃତ୍ୱାଧୀନ ଗଠବନ୍ଧନର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri