Categories: ରାଜ୍ୟ

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠି ପାଇଲେ ଟିକେଟ୍

ଭୁବନେଶ୍ୱର,୩।୪: ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ। ଏଥିରେ ଆଠମଲ୍ଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା, ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲ- ରମାକାନ୍ତ ଭୋଇ, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ, ଏକାମ୍ର- ଅଶୋକ ପଣ୍ଡା, ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ, ଆସିକା- ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ, ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ -ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ, ବଣାଇ- ଭୀମସେନ ଚୌଧୁରୀ, ବାରିପଦା- ସାନନ୍ଦ ମାରାଣ୍ଡି, ତଳସରା- ବିଜୟ ଟପ୍ପୋ, ସୁନ୍ଦରଗଡ଼- ଯୋଗେଶ ସିଂହ,ରାଜଗାଙ୍ଗପୁର-ଅନୀଲ ବରୱା, ଉଦଳା- ଶ୍ରୀନାଥ ସୋରେନ୍‌ , ମୋରଡ଼ା-ପ୍ରୀତିଲତା କାନୁନଗୋ, ବ୍ରଜରାଜନଗର-ଅଳକା ମହାନ୍ତି, ଝାରସୁଗୁଡ଼ା-ଦୀପାଳି ଦାସ, ରାଜଗାଙ୍ଗପୁର-ଅନୀଲ ବାର୍ଲା, ବଡ଼ସାହି- ଅନସୂୟା ପାତ୍ର, ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌, ଉଦଳା- ଶ୍ରନାଥ ସୋରେନ୍‌, ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ, ସୋର- ମାଧବ ଧଡା।

ବୁଧବାର ଘୋଷଣା ହୋଇଥିବା ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । ପୂର୍ବରୁ ୬୫ ବିଧାନସଭା ଏବଂ ୧୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି।

Share