ପ୍ରଣବ ପ୍ରକାଶଙ୍କୁ ଭେଟିଲେ ବିଜେଡି ପ୍ରତିନିଧି

ଲୋଇସିଂହା,୨୯।୨(ସୁଶାନ୍ତ ବାରିକ): ନିକଟରେ ରାଜ୍ୟ ସରକାର ୩୫ଟି ନୂତନ ଏନଏସି ଘୋଷଣା କରିଛନ୍ତି। ହେଲେ ପ୍ରସ୍ତାବିତ ଲୋଇସିଂହା ନାମ ଘୋଷଣା ହୋଇନାହିଁ । ଏହାକୁ ନେଇ ଲୋଇସିଂହା ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋଇସିଂହା ବିଜେଡିର ୩ ଜଣିଆ ପ୍ରତିନିଧି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ବୁଧବାର ଭୁବନେଶ୍ୱରଠାରେ ସାକ୍ଷାତ୍‌ କରିଛନ୍ତି। ଖୁବଶୀଘ୍ର ଲୋଇସିଂହାକୁ ଏନଏସି ଘୋଷଣା କରାଯିବ ବୋଲି ଆଶ୍ୱାସନ ମିଳିଥିବା ଉକ୍ତ ପ୍ରତିନିଧି ଦଳ ଜଣାଇଛନ୍ତି।