ନବୀନ ନିବାସରେ ସରିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ମେଣ୍ଟକୁ ନେଇ ଏମିତି କହିଲା ବିଜେଡି

ଭୁବନେଶ୍ବର,୧୪।୩: ନବୀନ ନିବାସରେ ସରିଲା ବିଜେଡିର ଗରୁତ୍ୱପୂର୍ଣ୍ଣ ବୈଠକ। ବୈଠକ ପରେ ଗଣମାଧ୍ୟମ ସାମ୍ନାରେ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ ଆଲୋଚନା ହୋଇଛି। ପର୍ଯ୍ୟବେକ୍ଷକମାନେ ସେମାନଙ୍କର ରିପୋର୍ଟ ଦେଇଛନ୍ତି। ଏଥିସହ ନିର୍ବାଚନ ପ୍ରସ୍ତୁତି, ରଣକୈଶଳ ନେଇ ଆଲୋଚନା ହୋଇଛି। ବୈଠକରେ ପର୍ଯ୍ୟବେକ୍ଷକଙ୍କ ସହ ୨୮ ନେତା ଉପସ୍ଥିତ ଥିଲେ। ହେଲେ ମେଣ୍ଟ ପ୍ରସଙ୍ଗ ଉପରେ ପଚରାଯିବାରୁ କିଛି ନ କହି ଦେବୀ ମିଶ୍ର ସେଠାରୁ ଚାଲିଯାଇଥିଲେ।

ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ପୁଣିଥରେ ନାଟକୀୟ ମୋଡ ନେଇଛି। ବିଗତ ଏକ ସପ୍ତାହ ଧରି ସମ୍ଭାବ୍ୟ ମେଣ୍ଟକୁ ନେଇ ବିଜେଡି ମୁହଁ ଖୋଲୁନଥିବାବେଳେ ରାଜ୍ୟ ଭାଜପା ପକ୍ଷରୁ ବାରମ୍ବାର ବୟାନ ପରିବର୍ତ୍ତନ ଏହି ମେଣ୍ଟ ଚର୍ଚ୍ଚାକୁ ଆଶା ଓ ଆଶଙ୍କା ମଧ୍ୟକୁ ଠେଲିଦେଇଛି ।

Share