ଭୁବନେଶ୍ୱର,୧୪।୩: ରତ୍ନଭଣ୍ଡାର ଖୋଲିବାକୁ ନେଇ ସବୁ ସ୍ଥାନରେ ଉତ୍ସାହ ଲାଗିରହିଛି। ଏ ଭିତରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ ପ୍ରଂଶସା କରିଛନ୍ତି। ତାଙ୍କ ପ୍ରତିକ୍ରିୟା ରଖି ସେ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଚାହିଁ ରହିଥିଲେ । ରତ୍ନଭଣ୍ଡାର ଉପରେ ଯେଉଁ ପ୍ରହେଳିକା ଥିଲା, ତାହା ମଧ୍ୟ ଏଥିର ଦୂର ହେବ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି। ତେବେ ସେତିକି ନୁହେଁ, ଭାଜପା ସରକାରକୁ ପ୍ରଂଶସା କରି ସେ କହିଛନ୍ତି, ଭାଜପାର ଏହା ନିର୍ବାଚନ ପ୍ରତିଶ୍ରୁତି ଥିଲା । ତାହା ସେମାନେ ପାଳନ କରିଛନ୍ତି । ତେବେ ଚାବି କେଉଁଠି ଅଛି ତାର ରିପୋର୍ଟ ସାର୍ବଜନୀନ ହେବା ଦରକାର ବୋଲି ସେ କହିଛନ୍ତି । ଏଥିସହ ଯିଏ ଦୋଷ କରିଥିବ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚି ବୋଲି ଶତପଥୀ କହିଛନ୍ତି ।