୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ

ଭୁବନେଶ୍ୱର, ୬।୮: ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଥିବା ବେଳେ ଲୋକ ସଭାରେ ଦଳକୁ ଗୋଟିଏ ହେଲେ ଆସନ ମିଳିନାହିଁ। ଏହାରି ମଧ୍ୟରେ ଗତ ନିର୍ବାଚନରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି, ସେନେଇ ତଥ୍ୟ ଏବେ ସାମ୍ନାକୁ ଆସିଛି। ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ଦାଖଲ କରିଥିବା ସତ୍ୟପାଠରେ ବିଧାୟକ ଏବଂ ଲୋକ ସଭା ପ୍ରାର୍ଥୀଙ୍କୁ ଦେଇଥିବା ଟଙ୍କା ସମ୍ପର୍କରେ ସୂଚନା ଦେଇଛି।

ଲୋକ ସଭା ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଲେଖାଏ ଦଳ ପ୍ରଦାନ କରିଥିଲା। ଏହି କ୍ରମରେ ଦଳ ମୋଟ ୫୪ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ଟଙ୍କା ପ୍ରାଥୀମାନଙ୍କୁ ଟ୍ରାନ୍ସଫର କରାଯାଇଥିଲା। ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କୁ ୬୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଦାଖଲ ହୋଇଥିବା ସତ୍ୟପାଠରେ ବିଜେଡି କୋଷାଧକ୍ଷ ସୁବାଷ ସିଂ ଏହି ସୂଚନା ଦେଇଛନ୍ତି।

ପ୍ରାର୍ଥୀ ମାନଙ୍କୁ ଏହି ଟଙ୍କା ଦିଆଯାଇଥିଲା ବେଳେ ନିର୍ବଚନ ପରିଚାଳନା ପାଇଁ ଦଳ କେତେ ଟଙ୍କା ଖର୍ଚ୍ଚ କରିଥିଲା ତାହା ଏଥିରେ ଉଲ୍ଲେଖ କରାଯାଇ ନାହିଁ। ରାଜ୍ୟରେ ଗତ ନିର୍ବାଚନରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିବା ବେଳେ ଦଳ ପକ୍ଷରୁ ବହୁ ବଡ ବଡ ଜନସଭା ସହିତ ରାଲି କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ଏ ଦିଗରେ ଅନେକ ଟଙ୍କା ଖର୍ଚ୍ଚ କରାଯାଇଥାଇପାରେ ବୋଲି କୁହାଯାଉଛି।

୨୦୨୪ ନିର୍ବାଚନରେ କଂଗ୍ରେସ ସମସ୍ତ ଲୋକ ସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେଇଥିଲା ବେଳେ କୌଣସି ବି ପ୍ରାର୍ଥୀଙ୍କୁ ଟଙ୍କାଟିଏ ଦେଇ ନ ଥିବା ସୂଚନ ଦେଇଛି। ଦଳର ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।ଅନ୍ୟପଟେ ଭାଜପା ତାର ନିର୍ବାଚନୀ ଖର୍ଚ୍ଚ ତଥ୍ୟ ଏପର୍ଯ୍ୟନ୍ତ ଦାଖଲ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ହେଲା ବାତ୍ୟା, ଓଡ଼ିଶାକୁ ସତର୍କ ରହିବା ନେଇ ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୧୦: ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ...

କୁନି ପୁଅକୁ ରେଳ ଧାରଣାରେ ବାନ୍ଧି ଘରଲୋକଙ୍କୁ ଫଟୋ ପଠାଇଲେ ବାପା, ତା’ ପରେ…

ବଲାଙ୍ଗୀର,୨୦।୧୦: ପାରିବାରିକ ବିବାଦରୁ ସ୍ବାମୀଙ୍କ ଅଜବ କାଣ୍ଡ। ନିଜର ଛୋଟ ପୁଅକୁ ରେଳଧାରଣାରେ ବାନ୍ଧି ମାରିବାକୁ ଉଦ୍ୟମ କରିଥିଲେ। ପରିବାରଲୋକେ ବଲାଙ୍ଗୀର ପୋଲିସକୁ ଖବର ଦେବା...

ଫାର୍ମହାଉସ୍‌ରେ ପଶି କଦଳୀ-ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଖାଇଗଲେ ପଇଡ଼

ପାଟଣା,୨୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ରେଞ୍ଜରେ ୨୯ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଶୁକ୍ରବାର ରାତିରେ ରାସପଶି ଗାଁରେ ୨ଟି ଘର...

ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,...

ପାଣିପାଗ ବିଭାଗର ଆଲର୍ଟ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୨୦।୧୦: ଅଧିକ ଘନୀଭୂତ ହେଉଛି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ବର୍ତ୍ତମାନ ତାହା ଆଣ୍ଡାମାନ ସାଗର ଓ ଆଖପାଖରେ ସକ୍ରିୟ ହୋଇଛି। ଏହା...

ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ପୋଡ଼ିହୋଇଗଲେ ସ୍ବାମୀ

ବାଲେଶ୍ୱର,୨୦ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ ଉଗ୍ରରୂପ ନେଇ...

ସହକାରୀ ଜିଲା ଶ୍ରମ ଅଧିକାରୀରୁ ଓଏଏସ୍‌: ଏଥର ବି ଅମିତ ମାରିଲେ ବାଜି

ଭବାନୀପାଟଣା,୨୦।୧୦ (ଉତ୍ତମ କୁମାର ଦାଶ)- ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ପୁଣି ଥରେ କୃତ କାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ସହକାରୀ ଜିଲା ଶ୍ରମ ଅଧିକାରୀ...

Featured Video Play Icon

“ଆଗକୁ କଣ ଘଟିବ, ରାଜ୍ୟବାସୀ ଜାଣିବେ”

ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ବି.ଡ଼ି.ଏ କଲ୍ୟାଣ ମଣ୍ଡପ ଠାରେ ଭାଜପାର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri