ବିଜେଡି ସମର୍ଥକ ସରପଞ୍ଚଙ୍କ ହାତ: ଭାଜପା

ଯାଜପୁର,୧୦।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାହାସୋଇ ପଞ୍ଚାୟତରେ ସରକାରୀ ଅନୁଦାନ ହରିଲୁଟ୍‌ ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଥିବା ଅଭିଯୋଗ ହେଉଛି। ଏନେଇ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ସମସ୍ତ ପ୍ରକଳ୍ପର ସବିଶେଷ ତଥ୍ୟ ମାଗିବାରୁ ଆର୍‌ଟିଆଇ କର୍ମୀ ଅଶୋକ କୁମାର ପତି ଏବଂ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟ କହିଛନ୍ତି, ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନେ ସରପଞ୍ଚଙ୍କ ସମର୍ଥକ। ଏହି ଘଟଣାରେ ବଡ଼ବଡ଼ିଆଙ୍କ ହାତ ରହିଛି। ସମ୍ପୃକ୍ତ ସରପଞ୍ଚ ବିଜେଡିର ସମର୍ଥକ ହୋଇଥିବାବେଳେ ରାହାସୋଇ ପଞ୍ଚାୟତରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ତେଣୁ ଘଟଣାର ଉପଯୁକ୍ତ ତଦନ୍ତ କରି ବାସ୍ତବତା ଲୋକଲୋଚନକୁ ଆସିବା କଥା। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ତପତ୍ରତା ପ୍ରକାଶ କରିଥିବା ରାୟ କହିଛନ୍ତି। ସେହିପରି ବିଞ୍ଝାରପୁରରେ ଗତ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିବା ବବିତା ମଲ୍ଲିକ କହିଛନ୍ତି, ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରର ପତନ ଘଟିଥିଲେ ସୁଦ୍ଧା ସେହି ଦଳର କର୍ମୀମାନଙ୍କ ଅହଙ୍କାରର ପତନ ଘଟିନାହିଁ। ଯେଉଁ ବିଜେଡି ଦିନେ ମା’କୁ ସମ୍ମାନ ଗାଁକୁ ଯାଇ କାମ କର ସ୍ଲୋଗାନ ଦେଉଥିଲା, ତାହାର ଓଲଟା ରାହାସୋଇ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ବିଞ୍ଝାରପୁରରୁ ୭ ଥର ନିର୍ବାଚିତ ବିଧାୟିକା ଓ ବିଜେଡି କାହିଁକି ଚୁପ୍‌ ବୋଲି ବବିତା ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଘଟଣାର ପୋଲିସ ତଦନ୍ତ କରୁଛି। ଯିଏ ଦୋଷୀ, ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବା ଆବଶ୍ୟକ। ଯେଉଁ ଘଟଣାଟି ଘଟିଛି ତାହା ଆଦୌ ଗ୍ରହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ବୁଳିବାକୁ ଆସିଥିଲେ: ପୋଖରୀରେ ବୁଡି ଗଲା ଜୀବନ

ବାଲେଶ୍ବର,୩୧।୩: ବାଲେଶ୍ବର ଜିଲା ବ୍ରହ୍ମପୁର ଥାନା ଭୋଗଦିଆ ଗାଁରେ ସୋମବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ନାବାଳିକାଙ୍କୁ ବଳାତ୍କାର: ୨୩ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୁରୀ,୩୧।୩: ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅସ୍ତରଙ୍ଗ ଥାନା ପୋଲିସ...

ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ…

ବନ୍ଧମୁଣ୍ଡା,୩୧ା୩(ସୁବ୍ରତ ଦେ): ବନ୍ଧମୁଣ୍ଡା ରେଳ ସେକ୍ସନର ଡୁମେରତା ରେଳ ଷ୍ଟେଶନ ନିକଟସ୍ଥ ୨ ନମ୍ବର ରେଳ ଫାଟକ ନିକଟରେ ରେଳ ଇଞ୍ଜିନରେ ପଥର ଫିଙ୍ଗି ଇଞ୍ଜିନର...

ରାଉରକେଲା ବେଦବ୍ୟାସରେ ନିର୍ମାଣ କରାଯିବ ଝୁଲା କାଚ ପୋଲ

ରାଉରକେଲା, ୩୧।୩: ରାଉରକେଲାର ବେଦବ୍ୟାସରେ ଏକ ଝୁଲା କାଚ ପୋଲ ନିର୍ମାଣ ହେବାକୁ ଯାଉଛି, ଏହା ଓଡିଶାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଘୋଷଣା...

ଉଚ୍ଚତର ଶିକ୍ଷା ପାଇଁ ଉତ୍ସାହିତ କଲେ ଅତିଥି: ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବିଦାୟ...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ପୋଡ଼ିହୋଇ ଜୀବନ ହାରିଲେ ପ୍ରଧାନ ଶିକ୍ଷୟିତ୍ରୀ

କୋଣାର୍କ,୩୧।୩: କିରୋସିନିରେ ପୋଡ଼ି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ପୁରୀ ଜିଲା ଅସ୍ତରଙ୍ଗ ଥାନା ଆଳସାହି ସ୍ଥିତ ଘରେ ପ୍ରଧାନ...

ଏପ୍ରିଲ୍‌ ୧ରୁ ୧୪ଯାଏ ପାଳନ ହେବ ‘ଓଡ଼ିଆ ପକ୍ଷ’

ଭୁବନେଶ୍ୱର,୩୧ା୩: ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image