ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଆଜି ଦୁଇ ଲୋକ ସଭା ଆସନରେ ମାଗିବେ ଭୋଟ

ଭୁବନେଶ୍ୱର,୧୨।୫: ପ୍ରଚାର ପାଇଁ ବଲାଙ୍ଗିର ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଥମେ କଳାହାଣ୍ଡି ଜିଲା ଉତ୍କେଲା ଏୟାର ଷ୍ଟ୍ରିପରେ ଓହ୍ଲାଇ ସ୍ବତନ୍ତ୍ର ବିମାନ ଯୋଗେ କଣ୍ଟାବାଞ୍ଜି ଯିବେ। ସେଠାରେ ଗଁରେଇ ନିର୍ବାଚନ ମଣ୍ଡଳୀର ଏକ ସାଧାରଣ ସଭାରେ ଯୋଗ ଦେଇ ଭୋଟ ମାଗିବେ । ପରେ ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡିଆରେ ପହଞ୍ଚି ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ । ଏଥପାଇଁ କୋଶଳ କଳା ମଣ୍ଡଳ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ମୁଖ୍ୟମନ୍ତ୍ରୀ ଆସୁଥିବାରୁ ହଜାର ହାଜର ସଂଖ୍ୟାରେ ଲୋକଙ୍କ ସମାଗମ ହେବ ବୋଲି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ କହିଛନ୍ତି । ବଲାଙ୍ଗୀର ପରେ ମୁଖ୍ୟମନ୍ତ୍ରୀ ବରଗଡ଼ ଯାଇ ପ୍ରଚାର କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Share