ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର ରଙ୍ଗମରା ତଥା କପିପେଷ୍ଟ ସରକାର। ଏ ପ୍ରସଙ୍ଗରେ ବୁଧବାର ଭାଜପା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ରୋହିତ ପରାଜିତ ହେବାପରେ ମାନସିକ ଭାରସାମ୍ୟ ହରାଇ ଏଭଳି ବୟାନ ଦେଇଛନ୍ତି। ଆଉ ବିଜେଡି ଏବେ ଆଇସିୟୁରେ ଶେଷନିଃଶ୍ୱାସ ନେଉଛି। ଆଗାମୀ କିଛିବର୍ଷରେ ଏହି ଦଳର କୌଣସି ଅସ୍ତିତ୍ୱ ରହିବ ନାହିଁ।
ଭାଜପାକୁ ରଙ୍ଗମରା ତଥା କପିପେଷ୍ଟ ସରକାର କହିଥିବା ରୋହିତଙ୍କୁ କଡା ଜବାବ ଦେଇ ଜୟନାରାୟଣ କହିଛନ୍ତି, ବିଜେଡିର ଦଳୀୟ ରଙ୍ଗ ଓ ପାକିସ୍ତାନର ରଙ୍ଗ ସମାନ। ଏଣୁ ବିଭିନ୍ନ ସ୍କୁଲରେ ପୂର୍ବରୁ ଲଗା ଯାଇଥିବା ରଙ୍ଗକୁ ବଦଳାଇ ଏବେ ଜାତୀୟ ପତାକାର ରଙ୍ଗ ବୋଳା ଯାଇ ପିଲାଙ୍କ ଭିତରେ ଜାତୀୟତାବାଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଆଗାମୀ ଦିନରେ ରାଜନୀତିରେ ବିଚାର ଧାରାକୁ ନେଇ ଲଢେଇ ହେବାକୁ ଯାଉଛି। ତେଣୁ ଯେଉଁମାନେ ଅନ୍ୟ ଦଳରେ ଥାଇ ଭାଜପାର ବିଚାର ଧାରାକୁ ପସନ୍ଦ କରନ୍ତି ସେମାନେ ଶୀଘ୍ର ଭାଜପାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି। ନିର୍ବାଚନ ପରଠାରୁ ରୋହିତ ସାମାଜିକ ଗଣମାଧ୍ୟମରେ ଜୟନାରାୟଣଙ୍କୁ ବିଭିନ୍ନ କଥାରେ ଟାର୍ଗେଟ କରି ବିତର୍କ ପାଇଁ ଆହ୍ବାନ ଦେଇ ଆସୁଛନ୍ତି। ସାମାଜିକ ଗଣମାଧ୍ୟରେ ଜୟନାରାୟଣ ସେତେଟା ସକ୍ରିୟ ନ ଥିବା ବେଳେ ଗଣମାଧ୍ୟମ ଆଗରେ କିନ୍ତୁ ରୋହିତଙ୍କୁ କଟାକ୍ଷ କରିବାକୁ ପଛାଉନାହାନ୍ତି। ‘ଅନ୍ୟପକ୍ଷରେ ସମଲେଇ ପ୍ରକଳ୍ପରେ ବିଜେଡି ସରକାର ଯେତିକି କରିଛି ଭାଜପା ସରକାର ସେଥିରେ ଆହୁରି ଅନେକ କିଛି ବିକଶିତ କରିବାର ଯୋଜନା ରଖିଛି ବୋଲି ଜୟନାରାୟଣ କହିଛନ୍ତି’।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ପାଇଁ ଦାରିଙ୍ଗବାଡ଼ି-ସିମନବାଡ଼ି ଉତ୍ସବମୁଖର, ଆରମ୍ଭ ହେଲା ମା’ଙ୍କ ଅଷ୍ଟମୀ ପୂଜା

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏବେ ଚାରିଆଡ଼େ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହିଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି...

ସ୍କୁଟିକୁ ସାମ୍ନାପଟୁ ଧକ୍କାଦେଲା ବାଇକ୍‌, ୪ ଗୁରୁତର

ପାଟଣା,୧୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ହନୁମାନ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ବାଇକ୍‌ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା।...

ଟ୍ରାକ୍‌ରେ ଯାଉଥିଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ଟନେଲ୍‌ରୁ ଖସିଲା ପଥର, ଆଉ ତା’ ପରେ…

କୋରାପୁଟ/ଲକ୍ଷ୍ମୀପୁର,୧୦ା୧୦(ଅମିତାଭ ବେହେରା/ଅନନ୍ତ ନାୟକ): ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ...

ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ ରତନ ଟାଟା, ନବୀନ କହିଲେ ସମଗ୍ର ବିଶ୍ୱରେ…

ଭୁବନେଶ୍ୱର,୧୦ା୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ...

ଆରଆଇ, ଅମିନ ପରୀକ୍ଷା ବାତିଲ କରିବାକୁ ଦାବି, ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ

ଭୁବନେଶ୍ୱର,୧୦।୧୦: ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବିକୁ ନେଇ ଆଶାୟୀ ଜୋରଦାର ଆନ୍ଦୋଳନ କରୁଛନ୍ତି। କଟକରେ ପ୍ରତିବାଦ କରି ଆଡମିଟ୍‌ କାର୍ଡକୁ ଡଙ୍ଗା କରି...

ଓଡ଼ିଶାରେ ମାଗଣା ଚାଉଳ ଅବଧି ବୃଦ୍ଧି ହେବ କି ନାହିଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୦।୧୦: କେନ୍ଦ୍ର ପରେ ରାଜ୍ୟ ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,...

କେବେ ଆସିବ ନୂଆ ରାଶନ କାର୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୦।୧୦: ରାଶନ କାର୍ଡ E-KYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାଖାପାଖି ୨ କୋଟି ୩୦ ଲକ୍ଷ...

ନବମୀରେ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

କଟକ,୧୦ା୧୦(ଶିଳ୍ପା ପ୍ରିୟଦର୍ଶିନୀ): ପୂଜା ପାଇଁ କଟକ ସହର ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ମଣ୍ଡପରେ ଗୁରୁବାର ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ତେବେ ଦୁର୍ଗାପୂଜାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri