‘ବିଜେଡି ବିରୋଧରେ ଲଢ଼ିବାକୁ ଭାଜପାର ଦମ୍‌ ନାହିଁ’

ଭୁବନେଶ୍ୱର,୨୯।୫: ନିର୍ବାଚନ କମିଶନ(ଇସି) ମଙ୍ଗଳବାର ବରିଷ୍ଠ ଆଇପିଏସ୍‌ ଅଫିସର ଡି.ଏସ୍‌.କୁଟ୍ଟେଙ୍କୁ ନିଲମ୍ବନ ଏବଂ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇସିଆଇଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ବିଜେଡି। ଭାଜପାର ବିଜେଡି ବିରୋଧରେ ଲଢ଼ିବାକୁ ଦମ୍‌ ନାହିଁ, ତେଣୁ ଇସିଆଇକୁ ବ୍ୟବହାର କରୁଛି। ହାରିବା ଭୟରେ ଅଫିସରଙ୍କୁ ଟାର୍ଗେଟ କରାଯାଉଛି। ଯଦି ବିଜେଡିର ଦଳୀୟ କାର୍ଯ୍ୟ କରିବା କଥା ଉଠୁଛି ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର କରୁଥିବା ଆଇଏଫ୍‌ଏସ୍‌ ବିନୟ ପ୍ରଧାନଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେଡି ଖବରଦାତା ସମ୍ମିଳନୀ କରି ପ୍ରଶ୍ନ କରିଛି।

Share