ବିଜେଡି ମୋତେ ଘୋଡ଼ା ଭାବିଥିଲା, ମୁଁ ସିଂହ

ଭୁବନେଶ୍ୱର,୨୯ା୨: ଖୋର୍ଦ୍ଧା ଜିଲାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗୁରୁବାର ଅପରାହ୍ନରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରେ ଯୋଗ ଦେବା ପରେ ପ୍ରଶାନ୍ତ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ମୋତେ ଘୋଡ଼ା ଭାବିଥିଲା, ମୁଁ ଘୋଡ଼ା ନୁହଁ, ସିଂହ। ସିଂହ କାଳେ କାମୁଡ଼ି ଦେବ ଭାବି ବିଜେଡି ମୋତେ ଦୂରେଇ ଦେଲା। ଏବେ ରାଜନୀତିରୁ ମୁଖ୍ୟମନ୍ତ୍ରୀ ନିବୃତ୍ତ ରହିବା ଦରକାର। ନବୀନ ସୁସ୍ଥ ରୁହନ୍ତୁ, ଦୀର୍ଘାୟୁ ରୁହନ୍ତୁ। କିନ୍ତୁ ରାଜନୀତି ନ କରନ୍ତୁ। ଏବେ ଓନ୍‌ଲି ଆକ୍ସନ, ନୋ ରିଆକ୍ସନ। ମୋତେ ଯାହା ଲାଗୁଛି ଓଡ଼ିଶାରେ ଇଞ୍ଜିନ ରାଜନୀତି ହେବ।

Share