ଆଚରଣ ବିଧି ଉଲ୍ଲଂଘନ କଲା ବିଜେଡି

ବାଲେଶ୍ୱର ଅଫିସ,୧୧ା୨: ନିର୍ବାଚନ କମିଶନ ସାରା ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଥିବାବେଳେ ବିଭିନ୍ନ ସ୍ଥାନରେ ସରକାରୀ ଦଳ ପକ୍ଷରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ନିର୍ବାଚନ କମିଶନ କରୋନାକୁ ଦେଖି କିଛି କଟକଣା କୋହଳ କରିଛନ୍ତି। ସେଥିମଧ୍ୟରୁ ନିର୍ବାଚନୀ ସଭାରେ ସର୍ବାଧିକ ୩୦୦ ଲୋକଙ୍କୁ ନେଇ ସଭା କରିବାର ନିୟମ ରହିଥିବାବେଳେ ବାଇକ୍‌ ରାଲି କିମ୍ବା ରୋଡ୍‌ ଶୋ’କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ମାତ୍ର ବିଜେଡି ଏହାକୁ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଛି। ବାଲିଆପାଳରେ ମଧୁପୁରାଠାରୁ ପ୍ରତାପପୁର ସଭାସ୍ଥଳ ପର୍ଯ୍ୟନ୍ତ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ପୂର୍ବତନ ଏମ୍‌ପି ତଥା ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା ଓ ବିଜୁ ମହିଳା ଜନତାଦଳ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ପ୍ରମୁଖଙ୍କୁ ହଜାରେରୁ ଊଦ୍ଧର୍‌ବ ଲୋକଙ୍କ ବାଇକ୍‌ ରାଲି ଓ ରୋଡ୍‌ ଶୋ’ ମାଧ୍ୟମରେ ସଭାସ୍ଥଳକୁ ନିଆଯାଇଥିଲା।
ଫଳରେ ଆଦର୍ଶ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବାର ଭାଜପା ଅଭିଯୋଗ କରିଛି।

Share