କଂଗ୍ରେସ ସହ ମେଣ୍ଟ କରିବ ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ,୧୮।୭: ଲୋକ ସଭାରେ ୨୪୨ଟି ଆସନ ଜିତିଥିବା ଭାଜପା ହୁଏତ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ଚିରାଗ ପାଶୱାନଙ୍କ ଭଳି ସହଯୋଗୀମାନଙ୍କ ସହାୟତାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥାଇପାରେ, କିନ୍ତୁ ରାଜ୍ୟ ସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ନାହିଁ। ଏପରିକି ଏନଡିଏ ସହିତ ଭାଜପା ସଂଖ୍ୟାଗରିଷ୍ଠତା ଠାରୁ ଏତେ ଦୂରରେ ଯେ ଜୁଲାଇ ୨୨ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ଭାଜପାକୁ ନିଜ ପସନ୍ଦର ଗୋଟିଏ ବି ବିଲ ପାରିତ ହେବା ପାଇଁ ବହୁ ସଂଘର୍ଷ କରିବାକୁ ପଡିବ। ଏହାର ଏକମାତ୍ର କାରଣ ହେଉଛି ଲୋକ ସଭା ନିର୍ବାଚନ, ଯେଉଁଠାରେ ଭାଜପା ନିଜର ନେତାମାନଙ୍କୁ ଶତ୍ରୁ କରିଦେଇଛି, ଯେଉଁମାନେ ଅସୁବିଧା ସମୟରେ ରାଜ୍ୟ ସଭାରେ ବନ୍ଧୁଥିଲେ।

ରାଜ୍ୟ ସଭାରେ ମୋଟ ଆସନ ସଂଖ୍ୟା ୨୪୫ ଥିବା ବେଳେ ଏବେ ୨୨୬ ଏମ୍‌ପି ଅଛନ୍ତି। ଅର୍ଥାତ୍‌ ୧୯ ଟି ଆସନ ଖାଲି ରହିଛି। ସେଥିମଧ୍ୟରୁ ୧୧ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଅବଶିଷ୍ଟ ୮ଟି ଆସନ ମଧ୍ୟରୁ ୪ଜଣଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରିବେ। ଅବଶିଷ୍ଟ ୪ଟି ଆସନ ଜମ୍ମୁ-କାଶ୍ମୀରର। ଏହି ପରିପ୍ରେକ୍ଷୀରେ ୨୨୬ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୧୧୪। ଭାଜପା ପାଖରେ ମୋଟ ରହିଛି ୮୬। ଲୋକ ସଭାରେ ଯେଉଁ ଦଳ ଭାଜପା ସହିତ ସରକାର ଚଳାଉଛନ୍ତି, ତେବେ ସେମାନଙ୍କ ରାଜ୍ୟ ସଭା ସଦସ୍ୟମାନଙ୍କୁ ଯଦି ଯୋଡା ଯାଏ ତା’ହେଲେ ଏନଡିଏର ରାଜ୍ୟ ସଭାରେ ସଂଖ୍ୟା ହୋଇଯିବ ୧୦୧। ଏହାର ଅର୍ଥ ହେଉଛି ଯେ ଭାଜପା ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ଠାରୁ ଏନଡିଏ ୧୩ଟି ସିଟ ପଛରେ ରହିବ।

ବର୍ତ୍ତମାନ ଯଦି ଏହି ଲୋକ ସଭା ନିର୍ବାଚନରେ ଭାଜପା ନିଜର ପୁରୁଣା ବନ୍ଧୁମାନଙ୍କୁ ଶତ୍ରୁ କରିନଥାନ୍ତା, ତେବେ ଏହି ୧୩ଟି ଆସନ ଭାଜପା ସହଜରେ ପୂରଣ କରିଦେଇଥାନ୍ତା। ନବୀନ ପଟ୍ଟନାୟକ ଏବଂ ଜଗନ ମୋହନ ରେଡ୍ଡୀ ଭାଜପାର ପୁରୁଣା ବନ୍ଧୁ। ଦୁହେଁ ଏନଡିଏରେ ନ ଥିଲେ ମଧ୍ୟ ସେମାନେ ଅତି କମରେ ରାଜ୍ୟ ସଭାରେ ଭାଜପାର ବନ୍ଧୁ ଥିଲେ, କିନ୍ତୁ ୨୦୨୪ ଲୋକ ସଭା ନିର୍ବାଚନ ପରେ ଓଡ଼ିଶା-ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ପରିସ୍ଥିତି ବଦଳି ଯାଇଛି। ଓଡ଼ିଶାରେ ଭାଜପା ବିଜୁ ଜନତା ଦଳ ଏବଂ ଏହାର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେହିପରି ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ କ୍ଷମତାର ଭାଜପା ହଟାଇ ଦେଇଛି।

ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କର ୯ ରାଜ୍ୟ ସଭା ଏମ୍‌ପି ଏବଂ ଜଗନ ମୋହନ ରେଡ୍ଡୀଙ୍କ ୧୧ ରାଜ୍ୟ ସଭା ଏମ୍‌ପି ମୋଟ ୨୦ ରାଜ୍ୟ ସଭା ଏମ୍‌ପି ଆଉ ଭାଜପା ସହ ନାହାଁନ୍ତି। ତେଣୁ ଭାଜପା ଯେତେ ଚେଷ୍ଟା କଲେ ମଧ୍ୟ ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହେଉନାହିଁ। ଅବଶିଷ୍ଟ ୧୧ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ଭାଜପା ଏହି ଅତି କମରେ ୬ ଆସନ ସହଜରେ ଜିତିଯିବ। ଅବଶିଷ୍ଟ ଚାରିଟି ନାମାଙ୍କନ ମଧ୍ୟ ଭାଜପା ସପକ୍ଷରେ ଯିବ। ଏସବୁ ପରେ ମଧ୍ୟ ଭାଜପା ସଂଖ୍ୟାଗରିଷ୍ଠତା ଠାରୁ ୩ଟି ସିଟ ପଛରେ ରହିବ।

ଭାଜପାର ଏହି ଦୁର୍ବଳତାରୁ କଂଗ୍ରେସ ମଧ୍ୟ ଲାଭ ପାଇବ ନାହିଁ କାରଣ ବର୍ତ୍ତମାନ ରାଜ୍ୟ ସଭାରେ କଂଗ୍ରେସ ମାତ୍ର ୨୬ ଟି ଆସନ ପାଇଛି। ଯଦି ଇଣ୍ଡିଆ ବ୍ଲକର ସମସ୍ତ ସହଯୋଗୀଙ୍କ ଆସନ ଯୋଡାଯାଏ, ତେବେ ଏହି ସଂଖ୍ୟା ୯୦ଅତିକ୍ରମ କରିବାରେ ସକ୍ଷମ ନୁହେଁ କାରଣ ଏହା ବିଜୁ ଜନତା ଦଳ ହେଉ କିମ୍ବା ଓ୍ବାଇଏସ୍‌ଆରସିପି, ଉଭୟ ଭାଜପା ବିରୋଧୀ ହୋଇପାରନ୍ତି, କିନ୍ତୁ ସେମାନେ ମଧ୍ୟ ଇଣ୍ଡିଆ ବ୍ଲକର ଅଂଶ ନୁହଁନ୍ତି।ଏଭଳି ପରିସ୍ଥିତିରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ରାଜ୍ୟ ସଭାରେ ଭାଜପାକୁ ଅଟକାଇ ପାରିବେ, କିନ୍ତୁ ସେମାନଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବେ ସରକାର: ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ

ଭୁବନେଶ୍ୱର,୧୮ା୯: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା...

Featured Video Play Icon

ଭରତପୁର ଘଟଣା, ଜାମିନ ପରେ ମୁହଁ ଖୋଲିଲେ…

ଭରତପୁର ଆର୍ମି ପୋଲିସ ଘଟଣା । ଗିରଫ ଯୁବତୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଜାମିନ ମିଳିବା ପରେ ମୁହଁ ଖୋଲିଲେ ଯୁବତୀଙ୍କ ବାପା...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

କଟକ,୧୮ା୯: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ...

ଆସନ୍ତା ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri